ଗଞ୍ଜାମ, ୭ ଜୁନ୍ (ହି.ସ.)- ଚିକିତ୍ସା ଜଗତର ଭୀଷ୍ମ ପିତାମହ ସ୍ବର୍ଗତ ଡାକ୍ତର ପ୍ରଫୁଲ ଚନ୍ଦ୍ର ସାହୁଙ୍କ ଦଶାହ ଉପଲକ୍ଷେ ଡକ୍ଟର୍ସ ଫୋରମ, ଅର୍ଜୁନ ହସ କ୍ଲବ, ସତ୍ୟର୍ଜୁନ ଫାଉଣ୍ଡେସନ, ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର, ଉତ୍କଳ ସମ୍ମିଳନୀ ଆଦି ପ୍ରମୁଖ ସ୍ବେଛାସେବୀ ଅନୁଷ୍ଠାନଙ୍କ ତରଫରୁ ବାବାଜୀତୋଟା ସହିସ୍ଥିତ ଯେ ବି ହୋଟେଲ ପ୍ରାଙ୍ଗଣରେ ଗତକାଲି ସନ୍ଧ୍ୟାରେ ଡକ୍ଟର୍ସ ଫୋରମ ଓ ବହୁମୁଖୀର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ପୌରାହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡା. ସାହୁଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ଓ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ହସ କ୍ଲବର ସମ୍ପାଦକ ଡା. ସମରେନ୍ଦ୍ର ସାହୁ ଓ ଡକ୍ଟର୍ସ ଫୋରମର ସମ୍ପାଦକ ଡା. ଅତୁଲ୍ୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଏହି ସଭାରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ଡା. ରବି କୁମାର ଶତପଥି, ବିଶିଷ୍ଟ ଚର୍ମ ଓ ଯୌନରୋଗ ବିଶେଷଜ୍ଞ ପ୍ରଫେସର ଡା. ଅନ୍ତର୍ଯ୍ୟାମୀ ସାହୁ, ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡା. ପ୍ରକାଶ ଚନ୍ଦ୍ର ପାତ୍ର, ଉତ୍କଳ ସମ୍ମିଳନୀ ସଭାପତି ସୁବ୍ରତ କୁମାର ସାହୁ, ବହୁମୁଖୀର ସମ୍ପାଦକ ମହମଦ ଆସଲାମ, ସର୍ବଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର, ମହେନ୍ଦ୍ର ନାଥ ସାହୁ, ସୁରେନ୍ଦ୍ର ମହାପାତ୍ର, ଡା. ଇନ୍ଦୁଭୂଷଣ ପଟ୍ଟନାୟକ, ଡା. ପ୍ରଶାନ୍ତ କୁମାର ପଣ୍ଡା, ଡା. ପ୍ରଫୁଲ କୁମାର ନାୟକ, ଡା. ବିଜୟ କୁମାର ସୁବୁଦ୍ଧି, ଡା. ଗାନ୍ଧୀ ଚୌଧୁରୀ, ଡ଼ା. ରାମକୃଷ୍ଟନ ସାହୁ, ବସନ୍ତ କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ବିଶୋଇ, କୁସଚେଭ ମହାରଣା, ଡେଭିଡ ବାବୁ, ରାଧାକୃଷ୍ଣ ପରିଛା, ଇଂ. ପ୍ରଦୀପ ଆଚରି, ଭି. ପ୍ରସାଦ ଆଚରି, ଏମ. ଏମ. ପରିଛା, ଡ଼ା. ମଧୁସୂଦନ ପାଣିଗ୍ରାହୀ, ଆଡଭୋକେଟ ମହେନ୍ଦ୍ର ସାହୁ, ଗୌରୀ ଶଙ୍କର ମିଶ୍ର, ଡ଼ା. ଭସ୍ଵତି ପଣ୍ଡା, ଡ଼ା. ଦୁର୍ଗାପ୍ରସାଦ ପଣ୍ଡା, ଟି. ଯୋଗେଶ୍ୱର, ଇଂଜିନିୟର କେ. ଟି. ଏସ. ପାତ୍ର ପ୍ରମୁଖ ଯୋଗଦେଇ ଡା. ସାହୁଙ୍କ ମହନୀୟତା ବିଷୟରେ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟରେ ବିଭିନ୍ନ ଅନୁଷ୍ଠାନର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ