ଆୟୁଷ୍ମାନ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ଅର୍ଥ ଆଦାୟ ଅଭିଯୋଗ
ଗଂଜାମ, 7 ଜୁନ୍ (ହି.ସ.) ଗଞ୍ଜାମ ଜିଲ୍ଲା ତଥା ଶେରଗଡ଼ ବ୍ଲକରେ ଆୟୂଷ୍ମାନ କାର୍ଡ ବଣ୍ଟନ ଵେଳେ ଆଶାମାନେ ହିତାଧିକାରୀଙ୍କ ଠାରୁ ୨୦ରୁ୫୦ଟଙ୍କା ଆଦାୟ‌ କରୁଥିବା ଅଭିଯୋଗ‌ ହେଊଛି। ଏଥିରେ ବହୁ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଜିଲାର‌ ଵିଭିନ୍ନ ଗ୍ରାମରେ କିଛି ଵ୍ୟକ୍ତି‌ଙ୍କୁ ଏହି କାର୍ଡ ଵଣ୍ଟ
ଆୟୁଷ୍ମାନ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ଅର୍ଥ ଆଦାୟ ଅଭିଯୋଗ


ଗଂଜାମ, 7 ଜୁନ୍ (ହି.ସ.)

ଗଞ୍ଜାମ ଜିଲ୍ଲା ତଥା ଶେରଗଡ଼ ବ୍ଲକରେ ଆୟୂଷ୍ମାନ କାର୍ଡ ବଣ୍ଟନ ଵେଳେ ଆଶାମାନେ ହିତାଧିକାରୀଙ୍କ ଠାରୁ ୨୦ରୁ୫୦ଟଙ୍କା ଆଦାୟ‌ କରୁଥିବା ଅଭିଯୋଗ‌ ହେଊଛି। ଏଥିରେ ବହୁ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଜିଲାର‌ ଵିଭିନ୍ନ ଗ୍ରାମରେ କିଛି ଵ୍ୟକ୍ତି‌ଙ୍କୁ ଏହି କାର୍ଡ ଵଣ୍ଟନ କରାଯାଇଛି, କାର୍ଡ ପାଇନଥିବା ହଜାର‌ ହଜାର ଲୋକେ‌ ତୀଵ୍ର ଅସନ୍ତୋଷ ‌ପ୍ରକାଶ କରୁଛନ୍ତି। ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କତ୍ତୃପକ୍ଷ ‌ଘଟଣାର‌ ଅନୁଧ୍ୟାନ କରିବାକୁ ଜନଦାବି ‌ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande