ପୁରୀ, ୭ ଜୁନ୍ (ହି.ସ.)- ଶନିବାର ମଧ୍ୟାହ୍ନରେ ଚନ୍ଦନପୁର ସ୍ଥିତ ବୀରନରସିଂହପୁର ବାଇପାସ ରାସ୍ତା ପାର୍ଶ୍ବରେ ଥିବା ମା ଦକ୍ଷିଣକାଳୀ ମନ୍ଦିରରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମାଆଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ମାଆଙ୍କୁ ଦର୍ଶନ କରି ବହୁତ ଖୁସି ଅନୁଭବ କରୁଛି । ମୋର ସୌଭାଗ୍ଯ ଆମ ନିର୍ବାଚନ ମଣ୍ଡଳୀ ଭିତରେ ମାଆଙ୍କ ମନ୍ଦିର ରହିଛି । ଏହି ମନ୍ଦିରଟି ଏକ ଶକ୍ତିପୀଠ ଭାବେ ପରିଚିତ । ନିର୍ବାଚନ ପୂର୍ବରୁ ଓ ପରେ ମାଆଙ୍କ ମନ୍ଦିରକୁ ଅନେକ ଥର ଆସିଛି । ମାଆଙ୍କ ଭକ୍ତ ଓ ପ୍ରତିନିଧି ହିସାବରେ ଯାହା କର୍ତ୍ତବ୍ଯ ରହିଛି ତା ଠାରୁ ଅଧିକା କାମ କରିବା ପାଇଁ ଚେଷ୍ଟା କରିବି । ମନ୍ଦିର ପୂଜକ ଅତ୍ୟନ୍ତ ସରଳ ଓ ସ୍ନେହୀ । ମନ୍ଦିରର ଉନ୍ନତି ପାଇଁ ବିଧାୟିକା ପାଣ୍ଠିରୁ ଅର୍ଥ ସାହାଯ୍ଯ କରିପାରିବି । ମାଆଙ୍କ ମନ୍ଦିରରେ ଶନିବାର ଯୋଗୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।
ହିନ୍ଦୁସ୍ଥାନ ସମାଚାର / ବିଜୟ