ଭୁବନେଶ୍ୱର, 7 ଜୁନ୍ (ହି.ସ.)- ଶୃଙ୍ଖଳିତ
ରଥଯାତ୍ରା ପରିଚାଳନା ଗଠନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ
ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ
ସମ୍ପନ୍ନ କରିବା ପାଇଁ ଆମ ସମସ୍ତଙ୍କ ମିଳିତ ପ୍ରୟାସ ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଚଳିତ ବର୍ଷ ରଥଯାତ୍ରାର ସଠିକ
ପରିଚାଳନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପରିଚାଳନା କମିଟି ଗଠନ କରାଯାଇଛି।
ଏହି କମିଟିର ଏକ ସଦସ୍ୟ ଭାବେ ମୋତେ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
ମହାପ୍ରଭୁଙ୍କ ଆଶୀର୍ବାଦରେ
ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଆମ ସମସ୍ତଙ୍କ ମିଳିତ ପ୍ରୟାସ ଜାରି ରହିବ
ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା