ଭୁବନେଶ୍ୱର, ୦୭ ଜୁନ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସ୍ୱାଗତ କରୁଛୁ। କିନ୍ତୁ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ସମୀକ୍ଷା କରନ୍ତୁ। ଓଡ଼ିଶାରେ ଗତ ବର୍ଷକ ଭିତରେ ନାରୀ ନିର୍ଯାତନା ବଢିଛି। ଆୟୁଷ୍ମାନ ଯୋଜନା ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଚାଷୀଙ୍କୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଚାଷୀ ରାଜରାସ୍ତାରେ। ଚାଷୀଙ୍କ ଅଧିକାରକୁ ହଡ଼ପ୍ କରାଯାଇଛି। ଶିକ୍ଷକ ରାଜରାସ୍ତାରେ। ଏସବୁ ସମସ୍ୟାର ସମାଧାନ କରନ୍ତୁ। ବର୍ଷକ ଭିତରେ ସରକାର ଭାଷଣ, ସ୍ଲୋଗାନ, ବ୍ୟାନର ଆଉ ବିଜ୍ଞାପନରେ ସୀମିତ ରହିଯାଇଛନ୍ତି ।
ଏଠି ମୁଖ୍ୟମନ୍ତ୍ରୀ ଅକାଶରେ ଖାଲି ଉଡୁଛନ୍ତି। ଦୁଇ ଦୁଇଟି ଜେଟ୍ ରଖି ଖାଲି ଜେଟ୍ ସେଟ୍ ଗୋ କରୁଛନ୍ତି। ତେଣୁ ବର୍ଷକର ତ୍ରୁଟି କୁ ସୁଧାରନ୍ତୁ। ପ୍ରଧାନମନ୍ତ୍ରୀ ଆସି ଏଇ ସରକାରକୁ ଟ୍ରାକକୁ ଆଣନ୍ତୁ ବୋଲି କହିଛନ୍ତି ପ୍ରଦୀପ ମାଝୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା