ନୂଆଦିଲ୍ଲୀ, 7 ଜୁନ୍ (ହି.ସ.)- ଇଦ୍-ଉଲ-ଜୁହାର
ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆମେ ସମସ୍ତେ ମିଳିତ ଭାବେ ସମାଜ ଓ ଦେଶ
ପାଇଁ ସମର୍ପଣର ଭାବନାର ସହ କାର୍ଯ୍ୟ କରିବାର ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି
।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ଇଦ୍-ଉଲ-ଜୁହାର ପବିତ୍ର ଅବସରରେ ମୁଁ ସମସ୍ତ ଦେଶବାସୀ,
ବିଶେଷ କରି ମୁସଲିମ ଭାଇଭଉଣୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଏହି ପର୍ବ
ବଳିଦାନ, ଆସ୍ଥା ତଥା ଅନେକ ଆଦର୍ଶର ଗୁରୁତ୍ୱକୁ ବୁଝାଇଥାଏ । ଆସନ୍ତୁ, ଏହି ଶୁଭ ଅବସରରେ ଆମେ
ସମସ୍ତେ ମିଳିତ ଭାବେ ସମାଜ ଓ ଦେଶ ପାଇଁ ସମର୍ପଣର ଭାବନାର ସହ କାର୍ଯ୍ୟ କରିବାର ସଂକଳ୍ପ ନେବା
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା