ରାଂଚି, 7 ଜୁନ୍ (ହି.ସ.)-ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁଙ୍କ ଜୁନ ୧୦ ଓ ୧୧ର ପ୍ରସ୍ତାବିତ ଦେଓଘର ଗସ୍ତ ସ୍ଥଗିତ କରାଯାଇଛି।
ରାଷ୍ଟ୍ରପତି ଭବନ ଏହା ସମ୍ପର୍କରେ ଏମ୍ସ ପ୍ରବନ୍ଧନ ଓ ଜିଲ୍ଲା ପ୍ରଶାସନକୁ ସୂଚନା ପଠାଇଛି।
ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥଗିତ ହେବା ସହିତ, ବର୍ତ୍ତମାନ ଦେବଘର ଏମ୍ସରେ ଏମ୍ବିବିଏସ୍ର ପ୍ରଥମ ଦୀକ୍ଷାନ୍ତ ସମାରୋହ ପାଇଁ ନୂଆ ତାରିଖ
ଘୋଷଣା କରାଯିବ।
ଶୁକ୍ରବାର ବିଳମ୍ବିତ
ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରୁ ଏମ୍ସ ନିର୍ଦ୍ଦେଶକ ଡ଼ଃ ସୌରଭ ବାର୍ଷ୍ଣେୟଙ୍କୁ ଏହି ସୂଚନା
ଦିଆଯାଇଥିଲା। ସେ ରାଞ୍ଚିରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୀକ୍ଷାନ୍ତ ସମାରୋହରେ
ଯୋଗଦେବା ପାଇଁ ନିମନ୍ତ୍ରଣ ଦେଇ ଫେରୁଥିଲେ। ଡ଼ଃ ବାର୍ଷ୍ଣେୟ କହିଛନ୍ତି ଯେ,
ରାଷ୍ଟ୍ରପତିଙ୍କ ବିଶାଖାପଟ୍ନମ ଗସ୍ତ ମଧ୍ୟ ସ୍ଥଗିତ
କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା