ଶହେ ବର୍ଷର ପୁରୁଣା କଂଗ୍ରେସ ପାର୍ଟିକୁ  ଧରାଶାୟୀ କରିବାରେ ସବୁଠାରୁ ବଡ ଭୂମିକା ରାହୁଲ ଗାନ୍ଧୀଙ୍କର- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 7 ଜୁନ୍ (ହି.ସ.)- ଶହେ ବର୍ଷର ପୁରୁଣା କଂଗ୍ରେସ ପାର୍ଟିକୁ ଧରାଶାୟୀ କରିବାରେ ସବୁଠାରୁ ବଡ ଭୂମିକା ରାହୁଲ ଗାନ୍ଧୀଙ୍କର ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଯାହା କୁହନ୍ତି ନିଜେ ବୁଝନ୍ତି
ଶହେ ବର୍ଷର ପୁରୁଣା କଂଗ୍ରେସ     ପାର୍ଟିକୁ  ଧରାଶାୟୀ କରିବାରେ ସବୁଠାରୁ ବଡ     ଭୂମିକା ରାହୁଲ ଗାନ୍ଧୀଙ୍କର- ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର, 7 ଜୁନ୍ (ହି.ସ.)- ଶହେ ବର୍ଷର

ପୁରୁଣା କଂଗ୍ରେସ ପାର୍ଟିକୁ ଧରାଶାୟୀ କରିବାରେ

ସବୁଠାରୁ ବଡ ଭୂମିକା ରାହୁଲ ଗାନ୍ଧୀଙ୍କର ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ

ଯାହା କୁହନ୍ତି ନିଜେ ବୁଝନ୍ତି ନାହିଁ । ଯେଉଁ ଦିନ ସେ ନିଜେ ବୁଝିବେ ସେଦିନ ଅନ୍ୟମାନେ ମଧ୍ୟ

ବୁଝିବା ଆରମ୍ଭ କରିବେ। 5 ବର୍ଷ ତାଙ୍କ ସହ

ପାର୍ଲିଆମେଣ୍ଟରେ ଥିଲି । ସେ ବାରମ୍ବାର ଶୋଚନୀୟ ଭାବରେ ନିର୍ବାଚନୀ ହାରୁଛନ୍ତି। ରାହୁଲ

ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଚାଲିଥିବା ପର୍ଯ୍ୟନ୍ତ କଂଗ୍ରେସର କୌଣସି ଭବିଷ୍ୟତ ନାହିଁ

ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande