ଆଉ ତିନି ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା - ପଦ୍ମବନ ପୀଠ ଚଳଚଞ୍ଚଳ
ଆଉ ତିନି ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା - ପଦ୍ମବନ ପୀଠ ଚଳଚଞ୍ଚଳ
ଆଉ ତିନି ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା - ପଦ୍ମବନ ପୀଠ ଚଳଚଞ୍ଚଳ


ସାଲେପୁର, 7 ଜୁନ୍ (ହି.ସ.)

ଆଉ ତିନି ଦିନ ପରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶୂନ୍ୟ ସମାଧି ଦିବସ ଉପଲକ୍ଷେ ବାଲିମେଳା ମହୋତ୍ସବ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବ୍ୟବସାୟୀ ନିଜର ପସରା ମେଲାଇବା ପାଇଁ ନିଜ ନିଜ ସ୍ଥାନ କେଉଁଠି ପାଇବେ ସେଥିପାଇଁ ଆର.ଆଇ. ଓ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପରିଚାଳନା କମିଟି ସହିତ ଯୋଗାଯୋଗ କରି ଭିଡ ଜମାଉଥିବା ବେଳେ ସାଧୁସନ୍ଥମାନେ ମଧ୍ୟ ପୀଠକୁ ଆସି ସ୍ଥାନେ ସ୍ଥାନେ ବସି ନିଜର ଶିଷ୍ୟ ଶିଷ୍ୟାମାନଙ୍କୁ ଧରି ଭଜନ କୀର୍ତ୍ତନରେ ମଜ୍ଜିଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ କିପରିସୂଚାରୁ ରୂପେ ଦର୍ଶନ କରିବେ ସେଥିପ୍ରତି ବ୍ୟାରିକେଟ୍‌ର ବ୍ୟବସ୍ଥା କରାଯାଉଥିଲା ବେଳେ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ସାଧାପୋଷାକଧାରୀ ପୋଲିସ, ସିସି ଡିଭି ଓ ଡ୍ରୋନ କ୍ୟାମେରା ବୁଲିବାର ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସେବକମାନେ ନିଜ ନିଜର କାର୍ଯ୍ୟ କିପରି ସୂଚାରୁ ରୂପେ ତୁଲାଇବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଓ ଗୋପୀନାଥ ଜୀଉ ଟ୍ରଷ୍ଟୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ଆମ ପ୍ରତିନିଧିଙ୍କୁ କହିଥିବା ବେଳେ ବାଲି ମେଳାରେ ୫ ଦିନ ଧରି ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କିପରି ସୂଚନାରୁ ରୂପେ କରାଯିବା ସହ ଦୂର ଦୂରାନ୍ତରୁ ଆସିବାକୁ ଥିବା ସାଂସ୍କୃତିକ ଦଳ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ ସେଥିପ୍ରତି ସତର୍କତା ମୂଳକ କାର୍ଯ୍ୟ କରାଯାଇଛି ଓ ରାଜନୈତିକ ସ୍ତରରେ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସଦରବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।

ଜୁଆଖେଳାଳୀଙ୍କ ପ୍ରତି ତୀକ୍ଷ୍ଣ ନଜର

ପା ଦିନଧରି ହେବାକୁ ଥିବା ଚିତ୍ରୋ୍‌ତ୍ପଳା ବାଲି ମହୋତ୍ସବରେ ଯୁଆ ଖେଳାଳୀମାନଙ୍କର ପାର୍ଦୁଭାବ ବୃଦ୍ଧି ପାଇଥାଏ । ଜୁଆଡିମାନେ ନେମାଳ ଥାନା ଅଧିନରେ ପଡୁଥିବା ଅପେରା ଗୁଡିକରେ କମିଟି ହେଉ କି ପୁଲିସ କାହାକୁ ହାତ ବାରିଶି କରି ସମଗ୍ର ଅଂଚଳରେ ଜୁଆ ଆଡ୍ଡା ଜମାଉଥିଲା ବେଳେ ଏହି ପୂଜା ପାର୍ବଣ ସେମାନଙ୍କ ପାଇଁ ଏକ ଆନନ୍ଦର ଦିନ ବୋଲି ଭାବି ନେଇଥାଆନ୍ତି । ଜିଲ୍ଲା ପୋଲିସଠାରୁ ଆରମ୍ଭ କରି ବିଭାଗର ଉଚ୍ଚ ପଦାଧିକାରୀ ଏହି ମାନଙ୍କ ଉପରେ ତୀକ୍ଷ୍ଣ ନଜର ଦେଲେ ସାଧୁସନ୍ଥମାନଙ୍କ ମହୋତ୍ସବରେ ଏହି ଖେଳ ହୋଇ ପାରନ୍ତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

କଟକ ଜିଲ୍ଲାପାଳଙ୍କର ଦେଖା ନାହିଁ

ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଉଦ୍ଦେଶ୍ୟରେ ୧୦ ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ପ୍ରାୟ ୨ ମାସ ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପବିତ୍ର ଦେବସ୍ନାନ ଯାତ୍ରାରେ ପ୍ରାୟ ୮ ରୁ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । କମ୍ ଜାଗା ସାଙ୍ଗକୁ ଗମନା ଗମନର ବିଶେଷ ସୁବିଧା ବି ନଥାଏ । ତେବେ ଆଇନ ଶୃଙ୍ଖଳା ସୁଧାରିବା ଦିଗରେ ପୋଲିସ ପ୍ରଶାସନ ତତ୍ପର ଥିବା ବେଳେ ଜଳସେଚନ ବିଭାଗ ,ପାନୀୟ ଜଳ ବିଭାଗ, କାମ ନିଜ ନିଜର କାମ କରୁଥିଲେ ବି ତତ୍ପରାତା ପ୍ରକାଶ ପାଉନଥିବା ଦେଖାଦେଇଛି । ସର୍ବପରୀ ରାଜନୈତିକ ସ୍ତରରେ ବିଧାୟକ ଏଠାକୁ ଆସି ବାରମ୍ବାର ତର୍ଜମା କରୁଥିଲେ ମଧ୍ୟ କଟକ ଜିଲ୍ଲାପାଳ, ନିଶ୍ଚିନ୍ତକୋଇଲି ବିଡିଓ, ପୀଠ ପାଖକୁ କାହାର ଚାପରେ ଯାଉ ନାହାଁନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପୀଠ ଜିଲ୍ଲା ପ୍ରଶାସନ ଅଧିନରେ ଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ସାଧାରଣ ଜନତା ଜିଲ୍ଲା ପ୍ରଶାସନ ପାଖରେ ଉତ୍ତର ଦାୟୀ ବୋଲି ସାଧାରଣରେ ମତ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍


 rajesh pande