ଭୁବନେଶ୍ୱର, ୦୭ ଜୁନ (ହି.ସ.)- କୋଟିଆ ହେଉଛି ଓଡ଼ିଶାର। ଆନ୍ଧ୍ରପ୍ରଦେଶର ଅପଚେଷ୍ଟା କେବେବି ସଫଳ ହେବ ନାହିଁ। କୋଟିଆ ଓଡ଼ିଶାରେ ହିଁ ରହିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।୨୫ ବର୍ଷ ଭିତରେ ବିଜୁ ଜନତା ଦଳ ଯଦି କିଛି ବିକାଶ କରିଥାଆନ୍ତା ଏହି ସମସ୍ୟାକୁ ଆମକୁ ଉତରାଧିକାରୀ ସୂତ୍ରରେ ମିଳି ନଥାନ୍ତା ।ଏହି ସମସ୍ୟାକୁ ଆମେ ଗ୍ରହଣ କରୁଛୁ। ପ୍ରତିଶ୍ରୁତି ଦେଉଛୁ ବିକାଶ କରିବୁ ମନ ବି ଜିଣିବୁ। କୋଟିଆକୁ ଆନ୍ଧ୍ର ସହ ମିଶେଇ ବାକୁ ଆନ୍ଧ୍ରପ୍ରଦେଶର ଅପଚେଷ୍ଟା କେବେବି ସଫଳ ହେବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା