କପ୍ତିପଦା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବାଲି ମାଫିଆ ଓ ଚୋରି ରୋକିବା ପାଇଁ ଏସଓପିଆସିବ- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 7 ଜୁନ୍ (ହି.ସ.) - କପ୍ତିପଦା ରେ ଯେଉଁ ଘଟଣା ଘଟିଲା ତାହା ଆଦୌ ସ୍ୱାଭାବିକ ନୁହେଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସରକାରୀ ଅଧିକାରୀଙ୍କୁ ଯେଉଁଭଳି ଭାବେ ବାଲି ମାଫିଆ ଆକ୍ରମଣ କଲେ ତାହା ଗ୍ରହଣୀୟ ନୁହେଁ । ଦୋଷୀଙ୍କ ବିରୋଧରେ କଡା କା
କପ୍ତିପଦା ଘଟଣାରେ ଦୋଷୀଙ୍କ     ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବାଲି ମାଫିଆ ଓ ଚୋରି ରୋକିବା     ପାଇଁ ଏସଓପିଆସିବ- ରାଜସ୍ୱ     ମନ୍ତ୍ରୀ


ଭୁବନେଶ୍ୱର, 7 ଜୁନ୍ (ହି.ସ.)

- କପ୍ତିପଦା ରେ

ଯେଉଁ ଘଟଣା ଘଟିଲା ତାହା ଆଦୌ ସ୍ୱାଭାବିକ ନୁହେଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

କହିଛନ୍ତି। ସରକାରୀ ଅଧିକାରୀଙ୍କୁ ଯେଉଁଭଳି ଭାବେ ବାଲି ମାଫିଆ ଆକ୍ରମଣ କଲେ ତାହା ଗ୍ରହଣୀୟ ନୁହେଁ

। ଦୋଷୀଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ନେବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି

। ପ୍ରଚ୍ଛଦପଟ୍ଟରେ ରାଜନୈତିକ ବ୍ୟକ୍ତି କି ପ୍ରଭାବଶାଳୀ ଥିଲେ ବି ଛଡା ଯିବନି। ରାଜ ଧର୍ମରେ କାହାରି ମୁହଁ ଦେଖାଯାଏ ନାହିଁ। ଓଡିଶାକୁ

ବିହାର କି ବେଙ୍ଗଲ କରିବାକୁ ଦିଆଯିବ ନାହିଁ। ଓଡ଼ିଶାରେ ବଢୁଛି ଅପରାଧ ପ୍ରବଣତା । ଅପରାଧକୁ

ମୂଳରୁ ନାଶ କରାଯିବ । ଅନ୍ୟପଟେ ଖୁବଶୀଘ୍ର ବାଲି ମାଫିଆ ଓ ଚୋରି ରୋକିବା ପାଇଁ ଏସଓପିଆସିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande