ପିଏମ ଆବାସ ଯୋଜନାରେ ନିଶୁଳ୍କରେ ମିଳିବ ଦୁଇ ଟ୍ରାକ୍ଟର ବାଲି
ଭୁବନେଶ୍ୱର, 7 ଜୁନ୍ (ହି.ସ.) - ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ତିଆରି କରୁଥିଲେ ନିଶୁଳ୍କରେ ମିଳିବ ଦୁଇ ଟ୍ରାକ୍ଟର ବାଲି । ସହଜରେ ସରଳ ଭାବରେ ଶସ୍ତାରେ କେମିତି ଲୋକେ ଘର ତିଆରି ପାଇଁ ବାଲି ପାଇବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି । ଏନେଇ ପରମିଟ୍ ପ୍ରଦାନ କରାଯି
ପିଏମ ଆବାସ ଯୋଜନାରେ ନିଶୁଳ୍କରେ     ମିଳିବ ଦୁଇ ଟ୍ରାକ୍ଟର ବାଲି


ଭୁବନେଶ୍ୱର, 7 ଜୁନ୍ (ହି.ସ.) - ପ୍ରଧାନମନ୍ତ୍ରୀ

ଆବାସ ଯୋଜନା ଘର ତିଆରି କରୁଥିଲେ ନିଶୁଳ୍କରେ ମିଳିବ ଦୁଇ ଟ୍ରାକ୍ଟର ବାଲି । ସହଜରେ ସରଳ ଭାବରେ

ଶସ୍ତାରେ କେମିତି ଲୋକେ ଘର ତିଆରି ପାଇଁ ବାଲି ପାଇବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି ।

ଏନେଇ ପରମିଟ୍ ପ୍ରଦାନ କରାଯିବ । ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ହାଇୱା ବଦଳରେ ବାଲି ଉଠାଣ ପାଇଁ

ଅନ୍ୟ ଗାଡି ବ୍ୟବହାର ହେବ । ହାଇୱାରେ 40 ଟନ ଯାଉଥିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ

ତିଆରି ରାସ୍ତା କ୍ଷତିଗ୍ରସ୍ତ ହେଉଛି । ବାଲି ଉଠାଣରେ କେଉଁ ଗାଡି ବ୍ୟବହାର ହେବ ଓ କେତେ ବାଲି

ଉଠାଇ ପାରିବେ ଏଥିପାଇଁ ଏସଓପିପ୍ରସ୍ତୁତ ହେଉଛି । ଖୁବ୍ ଶୀଘ୍ର ଏସଓପିଆସିବ ବୋଲି ରାଜସ୍ୱ ମନ୍ତ୍ରୀ

ସୁରେଶ ପୂଜାରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande