ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ପର୍ଯ୍ଯାବରଣ ଦିବସ ପାଳିତ
ପୁରୀ,, 8 ଜୁନ୍ (ହି.ସ.) ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି । ସମିତିର କର୍ମକର୍ତ୍ତା ମାନେ ରାଜଧାନୀ ଛତାବର ଶିଳ୍ପାଞ୍ଚଳରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ପରିବେଶ ସନ୍ତୁଳନ ସଠିକ ରହିଲେ ମଣିଷ ସମାଜ ତିଷ୍ଠି ରହିବ । ଏହି କାର୍ଯ୍ୟକ୍ରମରେ ସମିତିର ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା, ରାଜ୍ଯ ସମ୍ପାଦକ ମନୋରଞ୍ଜନ ମହାରଣା, ସମିତିର ଭୁବନେଶ୍ଵର ମହାନଗର କମିଟିର ସଭାପତି ଲମ୍ବୋଦର ମହାରଣା , ସମ୍ପାଦକ ରାଧାକୃଷ୍ଣ ମହାରଣା ଓ ସଭ୍ଯମାନେ ଚାରା ରୋପଣରେ ସହାୟତା କରିଥିଲେ । ଏଥିରେ ଅତିଥି ଭାବେ ପୂର୍ବତନ ଭୂତତ୍ଵବିଦ ଚିତ୍ତରଞ୍ଜନ ମହାରଣା ଯୋଗଦେଇ କହିଲେ ସମିତି ପକ୍ଷରୁ ବ୍ଯାପକ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆଗେଇ ନେଇଥିବାରୁ ରାଜ୍ଯ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ