ସ୍ନାନପୂର୍ଣ୍ଣିମା ପାଇଁ କଡା ସୁରକ୍ଷା ବ୍ଯବସ୍ଥା, ସ୍ବତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ଯବସ୍ଥା
ପୁରୀ, ୮ ଜୁନ୍ (ହି.ସ.)- ଜୁନ ୧୧ ତାରିଖ ବୁଧବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁଗନ୍ଧିତ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବେ । ସ୍ନାନ ବେଦି ଉପରେ ଶ୍ରୀଜୀଉଙ୍କ ସ୍ନାନ ବେଶ ଭକ୍ତ ଦର୍ଶନ କଲେ ମହାପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏଥ
ସ୍ନାନପୂର୍ଣ୍ଣିମା ପାଇଁ କଡା ସୁରକ୍ଷା ବ୍ଯବସ୍ଥା, ସ୍ବତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ଯବସ୍ଥା


ପୁରୀ, ୮ ଜୁନ୍ (ହି.ସ.)- ଜୁନ ୧୧ ତାରିଖ ବୁଧବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁଗନ୍ଧିତ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବେ । ସ୍ନାନ ବେଦି ଉପରେ ଶ୍ରୀଜୀଉଙ୍କ ସ୍ନାନ ବେଶ ଭକ୍ତ ଦର୍ଶନ କଲେ ମହାପୂଣ୍ଯ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ହେବ ଲୋକାରଣ୍ୟ । ଚଳିତବର୍ଷ ରାଜ୍ଯ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପୋଲିସ ବ୍ଯବସ୍ଥା କରାଯାଇଛି । ସହରରରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ଯବସ୍ଥାକୁ ସିଷ୍ଟମେଟିକ ଭାବେ ପରିଚାଳନା କରାଯିବ । ସହରରେ ଟ୍ରାଫିକ ବ୍ଯବସ୍ଥାକୁ ବିଭିନ୍ନ ଛକ ସ୍ଥାନରେ ନିୟନ୍ତ୍ରିତ କରାଯିବ । ଭକ୍ତ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ଅବସ୍ଥାପିତ ପୋଲିସଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ପର୍ଯ୍ୟଟକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୋଲିସ ସହାୟତା ଯୋଗାଇ ଦିଆଯିବ । ଏ ସମ୍ପର୍କରେ ଏସପି ବିନୀତ ଅଗ୍ରୱାଲ ସ୍ବତନ୍ତ୍ର ମାର୍ଗଦର୍ଶିକା ଅନୁଯାଇ ପୋଲିସ ବ୍ଯବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି । ଶ୍ରୀମନ୍ଦିର ଭିତରେ କମାଣ୍ଡାଣ୍ଟ ୧ ଜଣ, ଅତିରିକ୍ତ ଏସପି ୬ ଜଣ, ଡିଏସପି ୧୩ ଜଣ, ଇନ୍ସପେକ୍ଟର ୨୭ ଜଣ, ଏସଆଇ/ଏଏସଆଇ ୧୦୫ ଜଣ, କନେଷ୍ଟବଳ ୧୨୨ ଜଣ, ହୋମଗାର୍ଡ ୮୪ ଜଣ, ପୋଲିସ ଫୋର୍ସ ୩୪ ପ୍ଲାଟୁନ ଜଗି ରହିବେ । ଶ୍ରୀମନ୍ଦିର ବାହାରେ ୨ ଜଣ କମାଣ୍ଡାଣ୍ଟ/ଏସପି, ଏଏସପି ୫ ଜଣ, ଡିଏସପି ୮ ଜଣ, ଏସଆଇ/ଏଏସଆଇ ୨୬ ଜଣ, ହୋମଗାର୍ଡ ୧୦୯ ଜଣ, କନେଷ୍ଟବଳ ୫୦ ଜଣ ଓ ୨୪ ପ୍ଲାଟୁନ ପୋଲିସ ଫୋର୍ସ ସହ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ । ସହରରେ ଟ୍ରାଫିକ ବ୍ଯବସ୍ଥା ପାଇଁ ଏସପି ୧ ଜଣ, ଏଏସପି ୨ ଜଣ, ଡିଏସପି ୬ ଜଣ, ଇନ୍ସପେକ୍ଟର ୧୦ ଜଣ, ଏସଆଇ /ଏଏସଆଇ ୮୭ ଜଣ, କନେଷ୍ଟବଳ ୧୪୦ ଜଣ, ହୋମଗାର୍ଡ ୪୦୬ ଜଣ, ଏଥିସହ ୮ ପ୍ଲାଟୁନ ପୋଲିସ ଓ ଦୁଇ ସେକ୍ସନ ଫୋର୍ସ ମୁତୟନ ହେବେ । ଅନ୍ଯାନ୍ଯ ସୁରକ୍ଷା ବ୍ଯବସ୍ଥା ପାଇଁ ଏସଆଇ ୨ ଜଣ ଓ ଦୁଇ ସେକ୍ସନ ପୋଲିସ ଫୋର୍ସ ରହିବେ । ଏହାସହ ସହରକୁ ନଜର ରଖିବ ସିସିଟିଭି । ସାଧା ପୋଷାକଧାରୀ ଗୁଇନ୍ଦା ପୋଲିସ ବିଭିନ୍ନ ଗହଳି ସ୍ଥାନରେ ମୁତୟନ ହେବେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande