ସୁକମା,
9 ଜୁନ (ହି.ସ)-ଛତିଶଗଡର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳର ଡୋଣ୍ଡ୍ରାରେ ନକ୍ସଲମାନଙ୍କ ଦ୍ୱାରା
ହୋଇଥିବା ଆଇଇଡି ବିସ୍ଫୋରଣର ଶିକାର ହେବା ପରେ ଏଏସପି ଆକାଶ ରାୱ ଗିର ପୁଞ୍ଜେଙ୍କ ସର୍ବୋଚ୍ଚ ବଳିଦାନ ହୋଇଛି।ଏହି ବିସ୍ଫୋରଣରେ କୋଣ୍ଟା
ଟିଆଇ ମଧ୍ୟ ଆହତ ହୋଇଛନ୍ତି।ଖବର ମିଳିବା ମାତ୍ରେ ଯବାନମାନଙ୍କୁ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ପଠାଯାଇଥିଲା।ଜିଲ୍ଲା
ପୋଲିସ ଅଧୀକ୍ଷକ କିରଣ ଚୌହାନ ଘଟଣାକୁ ନିଶ୍ଚିତ କରିଛନ୍ତି।ଘଟଣା ରବିବାର ବିଳମ୍ବିତ ରାତିରେ
ଘଟିଥିବା କୁହାଯାଉଛି।ରାଜ୍ୟର ସୁକମା ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା। ଏହି ଘଟଣାରେ ସମଗ୍ର
ପୋଲିସ ବିଭାଗ ଶୋକ ଏବଂ ମର୍ମାହତ।ବସ୍ତର ଆଇଜି ସୁନ୍ଦରରାଜ ପୀ କହିଛନ୍ତି ଯେ ମାଓବାଦୀମାନଙ୍କ 10 ଜୁନରେ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବସ୍ତରରେ
ସୁରକ୍ଷାବାହିନୀର ଯବାନମାନେ ଆର୍ଲଟ ଅଛନ୍ତି।ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।ଏହା ଅନ୍ତର୍ଗତ
ସୁକମାରେଏଏସପୀ ଆକାଶ ରାଓ ଗିର ପୁଞ୍ଜେ କୋଣ୍ଟା
ଏରାବୋର ରାସ୍ତାରେ ପେଟ୍ରୋଲିଂ କରୁଥିଲେ।ଏହି ସମୟରେ କୋଣ୍ଟା-ଏରାବୋର ରାସ୍ତାରେ ଡୋଣ୍ଡ୍ରା
ନିକଟରେ ପ୍ରେସର ଆଇଇଡି ବମ ଉପରେ ତାଙ୍କର ପାଦ ପଡିଯାଇଥିଲା।ଏହାଫଳରେ ବୋମା ବିସ୍ଫୋରଣ
ହୋଇଥିଲା।ସେ ଗୁରୁତର ଆହତ ହୋଇଥିଲେ। ଏହା ବ୍ୟତୀତ ପୋଲିସ ସବଡିଭିଜନାଲ ଅଫିସର ,ଥାନା
ପ୍ରଭାରୀଏବଂ କିଛି ଯବାନ ମଧ୍ୟ ବିସ୍ଫୋରଣରେ
ଆହତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା