ଏନଏଚ୍‌ଏଆଇ ରାସ୍ତା ନିର୍ମାଣ କ୍ଷେତ୍ରରେ ସମ୍ପି ମୁଦ୍ରୀକରଣ ରଣନୀତି ଡକ୍ୟୁମେଂଟ ପ୍ରକାଶ
ନୂଆଦିଲ୍ଲୀ, ଜୁନ୍ ୯ (ହିସ)- ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ସୋମବାର ଦିନ ରାସ୍ତା ନିର୍ମାଣ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଥମ ସମ୍ପତି ମୁଦ୍ରୀକରଣ ରଣନୀତି ଡକ୍ୟୁମେଂଟ ପ୍ରକାଶ କରିଛି। ଏହା କାର୍ଯ୍ୟକାରୀ ଜାତୀୟ ରାଜପଥ ସମ୍ପତିର ମୂଲ୍ୟ ମୁକ୍ତ କରିବା ଏବଂ ଭାରତର ଭି
ଏନଏଚ୍‌ଏଆଇ ରାସ୍ତା ନିର୍ମାଣ କ୍ଷେତ୍ରରେ ସମ୍ପି ମୁଦ୍ରୀକରଣ ରଣନୀତି ଡକ୍ୟୁମେଂଟ ପ୍ରକାଶ


ନୂଆଦିଲ୍ଲୀ, ଜୁନ୍ ୯ (ହିସ)- ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ସୋମବାର ଦିନ ରାସ୍ତା ନିର୍ମାଣ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଥମ ସମ୍ପତି ମୁଦ୍ରୀକରଣ ରଣନୀତି ଡକ୍ୟୁମେଂଟ ପ୍ରକାଶ କରିଛି। ଏହା କାର୍ଯ୍ୟକାରୀ ଜାତୀୟ ରାଜପଥ ସମ୍ପତିର ମୂଲ୍ୟ ମୁକ୍ତ କରିବା ଏବଂ ଭାରତର ଭିତିଭୂମି ବିକାଶରେ ସରକାରୀ-ଘରୋଇ ସହଭାଗୀତାକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି।

ଏହି ରଣନୀତି ଏକ ସଂରଚିତ ଢାଂଚା ଉପସ୍ଥାପନ କରେ ଯାହା ଟୋଲ୍‌-ଅପରେଟ୍‌-ଟ୍ରାନ୍ସଫର (ଟିଓଟି), ଭିତି ଭୂମି ନିବେଶ ଟ୍ରଷ୍ଟ (ଇନବିଟସ୍‌) ଏବଂ ସିକ୍ୟୁରିଟାଇଜେସନ୍ ମଡେଲ୍ ମାଧ୍ୟମରେ ପୁଞ୍ଜି ସଂଗ୍ରହ ପାଇଁ ଏକ ଦୃଢ଼ ବ୍ଲୁପ୍ରିଂଟ ପ୍ରଦାନ କରେ। ଏହି ଉପକରଣଗୁଡ଼ିକ ଏନଏଚଏଆଇକୁ ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ ଅଧୀନରେ ୬,୧୦୦ କିଲୋମିଟରରୁ ଅଧିକ ଜାତୀୟ ରାଜପଥରେ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିବାରେ ସାହାଯ୍ୟ କରିଛି। ଏହି ରଣନୀତିରେ ତିନୋଟି ମୁଖ୍ୟ ସ୍ତମ୍ଭ ରହିଛି ଯାହା ସରକାରୀ ରାସ୍ତା ସମ୍ପତିର ମୂଲ୍ୟକୁ ସର୍ବାଧିକ କରିବା, ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିବେଶକ-ସମ୍ବନ୍ଧୀୟ ସୂଚନାର ପ୍ରସାରଣ ଏବଂ ନିବେଶକ ଆଧାରକୁ ଗଭୀର କରିବା ଏବଂ ଅଂଶୀଦାରଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରି ବଜାର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ।

ରଣନୀତି ଡକ୍ୟୁମେଂଟ ପ୍ରକାଶନ ଉପରେ ମତାମତ ଦେଇ, ଏନଏଚଏଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ କହିଛନ୍ତି ଯେ ସମ୍ପତି ମୁଦ୍ରୀକରଣ ପାଇଁ ଏହି ଅନନ୍ୟ ପଦ୍ଧତି କେବଳ ଆର୍ôଥକ ସ୍ଥିରତା ସୁନିଶ୍ଚିତ କରେ ନାହିଁ ବରଂ ଘରୋଇ କ୍ଷେତ୍ର ପାଇଁ ସୁଯୋଗ ମଧ୍ୟ ଖୋଲିଥାଏ, ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରେ ଏବଂ ଆମର ସଡ଼କ ସମ୍ପତିର ଗୁଣବତା ଏବଂ ସ୍ଥାୟୀତ୍ୱକୁ ବୃଦ୍ଧି କରେ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ଏନଏଚଏଆଇ ସମ୍ପତି ମୁଦ୍ରୀକରଣ ରଣନୀତି ଭାରତ ସରକାରଙ୍କ ସମ୍ପତି ମୁଦ୍ରୀକରଣ ଯୋଜନା ୨୦୨୫-୩୦ ଅନ୍ତର୍ଗତ ଉଦ୍ଦେଶ୍ୟ ସହିତ ସଂଯୁକ୍ତ ଏବଂ ଏକ ସ୍ଥାୟୀ, ବଜାର-ଚାଳିତ ଭିତିଭୂମି ପାଣ୍ଠି ଯୋଗାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିର୍ବନକୁ ପ୍ରତିନିଧିତ୍ୱ କରେ।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande