୮୦୦ ମି. ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଶୋକ ଦଣ୍ଡସେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ୍ ର ୮୦୦ ମି. ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଶୋକ ଦଣ୍ଡସେନାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ୍ ୨୦୨୫ର
୮୦୦ ମି. ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଶୋକ ଦଣ୍ଡସେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ୍ ର ୮୦୦ ମି. ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଶୋକ ଦଣ୍ଡସେନାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ୍ ୨୦୨୫ର ପୁରୁଷ ବର୍ଗର ୮୦୦ ମି. ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଗୌରବ ଆଣିଥିବା ଅଶୋକ ଦଣ୍ଡସେନାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କର ଉତରୋତର ଉନ୍ନତି ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande