ବଲାଙ୍ଗିର, ୧୦ ଜୁଲାଇ (ହି.ସ.)-
ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମ ଠାରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିର ୨-୦ ଗୋଲରେ ସିସିଏଫ୍ଏ କୁ ହରାଇ ଚମ୍ପିୟାନ ହୋଇଛି । ସ୍ପୋର୍ଟ ହଷ୍ଟେଲ ତରଫରୁ ରାମ ମାଝି ଓ ପ୍ରଭାକର ମାଝି ଗୋଲ ସ୍କୋର କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଚମ୍ପିୟାନ ସ୍ପୋର୍ଟ୍ସ ହଷ୍ଟେଲ ଓ ଉପ-ବିଜେତା ସିସିଏଫ୍ଏ ଦଳକୁୁ ଟ୍ରଫି ପ୍ରଦାନ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଉଦ୍ଯାପନି ସଭାରେ ଅଧ୍ୟକ୍ଷତା କରିଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଓ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ । ଖେଳକୁ ସଂଜିବ ମହାରଣା, ଜିତେନ୍ଦ୍ର ପାତ୍ର, ଦୋଳଗୋବିନ୍ଦ ମୁଣ୍ଡା ଓ ଦେବାଶିଷ ବାଗ ପରିଚାଳନା କରିଥିବା ବେଳେ ଅବଦୁଲ ମୁଜିବ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ । ଜୋନ ଆୟୋଜକ ପୋଗ୍ରେସିଭ୍ କ୍ଲବ ବଲାଙ୍ଗିର, ନବଜ୍ୟୋତି ୟୁଥ୍ କ୍ଲବ ଚୁଡାପାଲି, ସାଇଟ ସଦାଇପାଲି, ଲୋଇସିଂହା ଏଥେଲେଟିକ୍ ଏସୋସିଏସନ, ବିଏନ୍ଏଏ ଜରାସିଂହା, ସ୍ୱାମୀ ବିବେକାନନ୍ଦ ପାଠାଗାର ବଙ୍ଗୋମୁଣ୍ଡା, ଆଦିବାସୀ କ୍ଲବ ଟିଟିଲାଗଡ ଓ ହଲଧର ପାଠାଗାର ଖୁଜେନପାଲିକୁ ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ମେମେଣ୍ଟୋ ପ୍ରଦାନ କରିଥିଲେ ।
ଷ୍ଟାଡିୟମରେ ଜିଲ୍ଲା ଶାରିରିକ ଶିକ୍ଷା ନିରିକ୍ଷକ ପ୍ରଦୀପ କୁମାର ପାତ୍ର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଭଳିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଶିଶିର କୁମାର ବହିଦାର, ବିଜୟ ବଂଶଲ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, ରବିନ୍ଦ୍ର ମିଶ୍ର, ରମାକାନ୍ତ ସେଠ, ଇଂ. ନାରାୟଣ ପ୍ରସାଦ ମିଶ୍ର, ଜୟରାମ ମିଶ୍ର, ହରିବନ୍ଧୁ ପାଣି, କୈଳାଶ ଚନ୍ଦ୍ର କର୍ତ୍ତି, ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ