ବିରୋଧୀ ଦଳ ନେତା ଓଡ଼ିଶା ଆସିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ- ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର, 11 ଜୁଲାଇ (ହି.ସ.) - ବିରୋଧୀ ଦଳ ନେତା ଯଦି ଓଡିଶା ଆସିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ।ସେ ପ୍ରଥମଥର ନୁହେଁ ଆଗରୁ ବହୁତ ଥର ଓଡିଶା ଆସିଛନ୍ତି | ଆସିବା ପରେ ମଧ୍ୟ ନିର୍ବାଚନରେ କୌଣସି ପ୍ରଭାବ ପ
ବିରୋଧୀ ଦଳ ନେତା ଓଡ଼ିଶା     ଆସିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ- ପ୍ରସନ୍ନ ଆଚାର୍ଯ୍ୟ


ଭୁବନେଶ୍ୱର, 11 ଜୁଲାଇ (ହି.ସ.)

- ବିରୋଧୀ ଦଳ

ନେତା ଯଦି ଓଡିଶା ଆସିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ

ଆଚାର୍ଯ୍ୟ ।ସେ ପ୍ରଥମଥର ନୁହେଁ ଆଗରୁ ବହୁତ ଥର ଓଡିଶା ଆସିଛନ୍ତି | ଆସିବା ପରେ ମଧ୍ୟ ନିର୍ବାଚନରେ କୌଣସି ପ୍ରଭାବ ପଡିଲା ନାହିଁ | ଏଥିରେ ନୂତନତ୍ବ

କିଛି ନାହିଁ | କଂଗ୍ରେସ ଏକ ରାଜନୈତିକ ଦଳ ସେମାନେ ତାଙ୍କ ଭବିଷ୍ୟତ କଥା ଚିନ୍ତା କରିବେ | କଂଗ୍ରେସ

ସର୍ବପୁରାତନ ରାଜନୈତିକ ଦଳ, ଅନେକ ଦିନ ଧରି ଦେଶକୁ ଶାସନ କଲେ ପରେ ଲୋକେ ତାଙ୍କୁ ପ୍ରତ୍ୟାଖାନ କଲେ ଏବେ ଦଳ ନିଜକୁ

ପୁନର୍ଗଠିତ କରିବାକୁ ଚେଷ୍ଟା କରୁଛି | ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ନୂତନତ୍ବ ନାହିଁ କିମ୍ବା ଗୁରୁତ୍ୱ

ଦେବାର ନାହିଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande