ଖୋର୍ଦ୍ଧା, 11 ଜୁଲାଇ (ହି.ସ.)ସଦର ଥାନା ଅନ୍ତର୍ଗତ ପୋଡାପାଟଣା ଗାଁ ରୁ ଅବକାରୀ ବିଭାଗ ୧୫୦ଗ୍ରାମର ବ୍ରାଉନସୁଗାର, ନଗଦ ଏକ ଲକ୍ଷ ଟଙ୍କା, ଗୋଟିଏ ମୋବାଇଲ ଜବତ କରିବା ସହ ଦୁଇଜଣକୁ ଗିରଫ କରିଛି। ଗିରଫ ମାନେ ହେଲେ ପୋଡ଼ାପାଟଣା ଗାଁର ପଦ୍ମଲାଭ ସାହୁ(୬୩) ଓ ସାନପଦର ଗାଁର ରଞ୍ଜନ କୁମାର ମହାପାତ୍ର (୩୮) । ଅବକାରୀ ବିଭାଗ ସୂଚନା ମୁତାବକ ସଦର ଥାନା ଅନ୍ତର୍ଗତ ଭାଟପଡା ପୋଡ଼ାପାଟଣା ଗାଁର ପଦ୍ମଲାଭ ସାହୁ ନିଜ ଘର ସମ୍ମୁଖରେ ବ୍ରାଉନସୁଗାର କାରବାର କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ