ଭୋଜପୁର ଯୁକ୍ତ ଦୁଇ କଲେଜରେ ବନ ମହୋତ୍ସବ ସପ୍ତାହ ପାଳିତ
ସମ୍ବଲପୁର, ୧୦ ଜୁଲାଇ(ହି.ସ.) – ଭୋଜପୁର ସ୍ଥିତ ବିଆର୍‌ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଆଜି ପୂର୍ବାହ୍ନରେ ଅଧ୍ୟକ୍ଷ ପ୍ରତାପ ମହାକୁଡ଼ଙ୍କ ସଭାପତିତ୍ୱରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ସାଂସଦଙ୍କ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ମୁଖ୍ୟଅତିଥି, କୁଚିଣ୍ଡା ସାହିତ୍ୟ ଘର ସଭାପତି
ଭୋଜପୁର ଯୁକ୍ତ ଦୁଇ କଲେଜରେ ବନ ମହୋତ୍ସବ ସପ୍ତାହ ପାଳିତ


ସମ୍ବଲପୁର, ୧୦ ଜୁଲାଇ(ହି.ସ.) – ଭୋଜପୁର ସ୍ଥିତ ବିଆର୍‌ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଆଜି ପୂର୍ବାହ୍ନରେ ଅଧ୍ୟକ୍ଷ ପ୍ରତାପ ମହାକୁଡ଼ଙ୍କ ସଭାପତିତ୍ୱରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ସାଂସଦଙ୍କ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ମୁଖ୍ୟଅତିଥି, କୁଚିଣ୍ଡା ସାହିତ୍ୟ ଘର ସଭାପତି ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଓ ଡ଼. ହୃଦାନନ୍ଦ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ ଓ ବନ୍ୟ ପ୍ରାଣୀର ସୁରକ୍ଷା ହିଁ ବନ ମହୋତ୍ସବର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ। ଛାତ୍ରଛାତ୍ରୀଙ୍କ ସହ ମଂଚାସୀନ ଅତିଥିମାନେ ପ୍ରତ୍ୟେକ ନିଜ ନିଜ ଜନ୍ମ ଦିନରେ ସର୍ବନିମ୍ନ ଗୋଟିଏ ଗୋଟିଏ ବୃକ୍ଷରୋପଣ କରି ଅଂଚଳକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ହାତ ଉଠାଇ ଶପଥ ପାଠ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ତପନ କୁମାର ଜୟପୂରିଆ ସଂଯୋଜନା କରିଥିବାବେଳେ ଶେଷରେ ଜନ୍ମେଜୟ କୂମୂରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁଭାଷିନୀ ଶତପଥୀ ସ୍ୱାଗତ ଭାଷଣ ରଖିଥିବାବେଳେ ଅଧ୍ୟାପିକା ଅନିତା ପଟେଲ ଅତିଥି ପରିଚୟ ଏବଂ ଅଧ୍ୟାପକ ଘନଶ୍ୟାମ ବାରିକ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶେଷରେ କ୍ରୀଡ଼ା ଶିକ୍ଷକ ଦେବେନ୍ଦ୍ର ପଟେଲଙ୍କ ପରିଚାଳନାରେ ଅତିଥି ଗଣ ଓ ଶତାଧିକ ଛାତ୍ରଛାତ୍ରୀ ଗଣ ‘ମାଁ କେ ନାମ ଏକ୍ ପେଡ୍‌' ସ୍ଲୋଗାନ ଦେଇ ବହୁ ସଂଖ୍ୟକ ଚାରାରୋପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande