ହାଇୱା ପଛରେ ଧକ୍କା ଦେଲା ଓମଫେଡ ଭ୍ୟାନ : ଡ୍ରାଇଭର ଗୁରୁତର
Odisha, 10 ଜୁଲାଇ (ହି.ସ.) ଚମ୍ପୁଆ, (୧୦/୦୭) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ରଘୁଆଳ ସାହି ନିକଟରେ ହାଇୱା ପଛରେ ଧକ୍କା ଦେବାରୁ ଓମଫେଡ ଭ୍ୟାନ ର ସମ୍ମୁଖ ଭାଗ ଚୁରମାର ହେବା ସହ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରା
ହାଇୱା ପଛରେ ଧକ୍କା ଦେଲା ଓମଫେଡ ଭ୍ୟାନ : ଡ୍ରାଇଭର ଗୁରୁତର


Odisha, 10 ଜୁଲାଇ (ହି.ସ.)

ଚମ୍ପୁଆ, (୧୦/୦୭) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ରଘୁଆଳ ସାହି ନିକଟରେ ହାଇୱା ପଛରେ ଧକ୍କା ଦେବାରୁ ଓମଫେଡ ଭ୍ୟାନ ର ସମ୍ମୁଖ ଭାଗ ଚୁରମାର ହେବା ସହ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ସାଢେ଼ ବାର ଟା ସମୟରେ ବଡବିଲ ରୁ ରାଇସୂଆଁ ଅଭିମୂଖେ ଯାଉଥିବା ଏକ ଓମଫେଡ ଭ୍ୟାନ ର ବାମ ପଟ ର ଆଗ ଚକ ଟି ଫାଟି ଯିବାରୁ ଭ୍ୟାନ ଟି ଭାରସାମ୍ୟ ହରାଇ ଏକ ହାଇୱା ପଛ ରେ ଧକ୍କା ଦେଇଥିଲା । ଫଳରେ ଭ୍ୟାନ ଟିର ସମ୍ମୁଖ ଭାଗ ସମ୍ପୂର୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣା ରେ ଗାଡି ର ଡ଼୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ରିମୁଳି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଗୁରୁତର ଡ୍ରାଇଭର କୁ ଉଦ୍ଧାର କରି ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande