ଧର୍ମାନ୍ତରଣର ମାଷ୍ଟରମାଇଣ୍ଡ ବାବା ଛାଂଗୁର ଏବଂ ନସରୀନକୁ ରିମାଣ୍ଡରେ ନେଲା ଏଟିଏସ୍‌ ଅବୈଧ ଧର୍ମାନ୍ତରଣରେ ୧୫ ବର୍ଷ ହେଲା ଥିବା ବାବା ଜଲାଲୁଦ୍ଦିନ ଉତରପ୍ରଦେଶ ବ୍ୟତୀତ ମୁମ୍ବାଇ ଠାରୁ ଦୁବାଇ ପର୍ଯ୍ୟନ୍ତ ବ୍ୟାପିଥିଲା ନେଟୱର୍କ
ଲକ୍ଷେ୍ଣø, ୧୦ ଜୁଲାଇ(ହି.ସ.) – ଉତର ପ୍ରଦେଶ ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ଼ ଜଲାଲୁଦ୍ଦିନ ଓରଫ ଛାଂଗୁର ବାବା ଏବଂ ତା’ର ସହଯୋଗୀ ନସରିନକୁ ସାତଦିନ ରିମାଣ୍ଡରେ ନେଇଛି। ଦୁହିଁଙ୍କ ସକ୍ରିୟତା, ନେଟୱର୍କ, ବିଦେଶ ସହିତ ଟଙ୍କା ନେବା ଦେବା, ଅବୈଧ ସମ୍ପତି, ଏବେ ପର୍ଯ୍ୟନ୍ତ ଇତିହାସ ବିଷୟରେ ଏଟିଏସ୍ ପଚରାଉଚୁର
ଧର୍ମାନ୍ତରଣର ମାଷ୍ଟରମାଇଣ୍ଡ ବାବା ଛାଂଗୁର ଏବଂ ନସରୀନକୁ ରିମାଣ୍ଡରେ ନେଲା ଏଟିଏସ୍‌ ଅବୈଧ ଧର୍ମାନ୍ତରଣରେ ୧୫ ବର୍ଷ ହେଲା ଥିବା ବାବା ଜଲାଲୁଦ୍ଦିନ ଉତରପ୍ରଦେଶ ବ୍ୟତୀତ ମୁମ୍ବାଇ ଠାରୁ ଦୁବାଇ ପର୍ଯ୍ୟନ୍ତ ବ୍ୟାପିଥିଲା ନେଟୱର୍କ


ଲକ୍ଷେ୍ଣø, ୧୦ ଜୁଲାଇ(ହି.ସ.) – ଉତର ପ୍ରଦେଶ ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ଼ ଜଲାଲୁଦ୍ଦିନ ଓରଫ ଛାଂଗୁର ବାବା ଏବଂ ତା’ର ସହଯୋଗୀ ନସରିନକୁ ସାତଦିନ ରିମାଣ୍ଡରେ ନେଇଛି। ଦୁହିଁଙ୍କ ସକ୍ରିୟତା, ନେଟୱର୍କ, ବିଦେଶ ସହିତ ଟଙ୍କା ନେବା ଦେବା, ଅବୈଧ ସମ୍ପତି, ଏବେ ପର୍ଯ୍ୟନ୍ତ ଇତିହାସ ବିଷୟରେ ଏଟିଏସ୍ ପଚରାଉଚୁରା କରୁଛି। ଏହି ସୂଚନା ଉପର ପୋଲିସ୍ ମହାନିର୍ଦ୍ଦେଶକ ଆଇନ୍ ବ୍ୟବସ୍ଥା ଅମିତାଭ ୟଶ ଦେଇଛନ୍ତି।

ଉପର ପୋଲିସ୍ ମହାନିର୍ଦ୍ଦେଶକ ଆଇନ୍‌-ବ୍ୟବସ୍ଥା ଅମିତାଭ ୟଶ ଗୁରୁବାର ଦିନ ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଛାଂଗୁର ବାବା ଏବେ ପର୍ଯ୍ୟନ୍ତ ପ୍ରାୟ ୧୫ଶହ ହିନ୍ଦୁଙ୍କ ଧର୍ମାନ୍ତରଣ କରାଇଛନ୍ତି। ଉତର ପ୍ରଦେଶ ବ୍ୟତୀତ ମୁମ୍ବାଇରୁ ନେଇ ଦୁବାଇ ପର୍ଯ୍ୟନ୍ତ ତା’ର ନେଟୱର୍କ ବ୍ୟାପିଛି। ଧର୍ମାନ୍ତରଣ କରାଇ ଛାଂଗୁର ଅବୈଧ ସମ୍ପତି ଠୁଳ କରିଛି। ୟଶ କହିଛନ୍ତି ଯେ, ଛାଂଗୁର ବାବାଙ୍କ ଅବୈଧ ସମ୍ପତିକୁ ଜବତ କରିବା ଏବଂ ତାକୁ ନଷ୍ଟ କରିବାର ପ୍ରକ୍ରିୟା ଚାଲୁରହିଛି। ପ୍ରାରମ୍ଭିକ ଯାଂଚରେ ଜଣାପଡ଼ିଛି ଯେ ଗତ ୧୫ ବର୍ଷ ହେଲା ଜଲାଲୁଦ୍ଦିନ ଧର୍ମାନ୍ତରଣ କାମ କରଥିଲା। ତା’ ନିକଟରେ କେତେକ ସଦସ୍ୟ ଅଛନ୍ତି, ଯେଉଁଥିରେ ମହିଳା ମଧ୍ୟ ସାମିଲ ଅଛନ୍ତି। ସେ ସମସ୍ତଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଟିମ୍ ଲାଗିଛନ୍ତି।

ଉପର ପୋଲିସ୍ ମହାନିର୍ଦ୍ଦେଶକ ଆଇନ୍‌-ବ୍ୟବସ୍ଥା କହିଛନ୍ତି ଯେ ଛାଂଗୁର ବାବାକୁ ଖାଡି ଦେଶରୁ ପ୍ରାୟ ଶହେ କୋଟି ଟଙ୍କାର ବିଦେଶୀ ଫଣ୍ଡିଂ ମିଳିଥିବାର ସୂଚନା ଜଣାପଡ଼ିଛି। ପ୍ରାୟ ୪୦ରୁ ଅଧିକ ବ୍ୟାଙ୍କ ଖାତାରେ ଏହି ଧନରାଶି ଜମା କରାଯାଇଥିଲା। ଛାଂଗୁର ବାବା ଏବେଯାଏଁ ୪୦ରୁ ଅଧିକ ଥର ଇସ୍ଲାମିକ୍ ଦେଶ ଗସ୍ତ କରିଛି। ଧର୍ମାନ୍ତରଣର ଏତେ ବଡ଼ ମାମଲାରେ ବିଦେଶୀ ଫଣ୍ଡିଂକୁ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ ସହିତ ସମ୍ପର୍କ କରିଛି ଏବଂ ଏଫ୍‌ଆଇଆର୍ କପି ମାଗିଛି।

ମୋହମ୍ମଦ ଅହମ୍ମଦ ଏହି ମାମଲା ସହିତ ସଂଶ୍ଲିଷ୍ଟ ଅଛି ଏବଂ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି କରାଯାଇଛି। ଏଟିଏସ୍ ଟିମ୍ ପୁରା ମାମଲାରେ କାର୍ଯ୍ୟାନୁଷ୍ଠାନ କରୁଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande