ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ହିନ୍ଦୁତ୍ୱ ପାଇଁ କାମ କରିବି - ରାଜା ସିଂହ
ହାଇଦ୍ରାବାଦ, ଜୁଲାଇ ୧୧ (ହି.ସ.)- ଗୋଶାମହଲ ବିଧାୟକ ଟି. ରାଜା ସିଂହ ଦଳରୁ ଇସ୍ତଫା ଗ୍ରହଣ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହିନ୍ଦୁତ୍ୱ ପାଇଁ କାମ କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ସକାଳେ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏ
ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ହିନ୍ଦୁତ୍ୱ ପାଇଁ କାମ କରିବି - ରାଜା ସିଂହ


ହାଇଦ୍ରାବାଦ, ଜୁଲାଇ ୧୧ (ହି.ସ.)- ଗୋଶାମହଲ ବିଧାୟକ ଟି. ରାଜା ସିଂହ ଦଳରୁ ଇସ୍ତଫା ଗ୍ରହଣ ହେବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ହିନ୍ଦୁତ୍ୱ ପାଇଁ କାମ କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ସକାଳେ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପରେ ରାଜା ସିଂହ 'ଏକ୍ସ' ରେ ପୋଷ୍ଟ କରିଥିଲେ, ମୁଁ ଠିକ୍ ୧୧ ବର୍ଷ ପୂର୍ବେ ହିନ୍ଦୁତ୍ୱର ବିଚାରଧାରା ସହିତ ଦେଶ ଏବଂ ଲୋକଙ୍କ ସେବା କରିବା ଲକ୍ଷ୍ୟରେ ବିଜେପିରେ ଯୋଗ ଦେଇଥିଲି। ଦଳ ମୋ ଉପରେ ବିଶ୍ୱାସ କରି ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଲଗାତାର ତିନି ଥର ମୋତେ ଗୋଶାମହଲ ବିଧାୟକର ଟିକେଟ ଦେଇଥିଲା। ମୁଁ ଦଳର ରାଜ୍ୟ ଏବଂ ଜାତୀୟ ନେତୃତ୍ୱ ପ୍ରତି ମୋର ହୃଦୟର କୃତଜ୍ଞତା ପ୍ରକାଶ କରୁଛି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋର ଇସ୍ତଫା ଗ୍ରହଣ କରିଛନ୍ତି। ମୁଁ ହୁଏତ ସେହି ଲକ୍ଷ ଲକ୍ଷ ବିଜେପି କର୍ମୀଙ୍କ ଯନ୍ତ୍ରଣା ହାଇକମାଣ୍ଡଙ୍କୁ ଜଣାଇ ପାରିଲି ନାହିଁ ଯେଉଁମାନେ ତେଲେଙ୍ଗାନାରେ ବିଜେପି ସରକାର ଗଠନ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ସେ ଆହୁରି ଲେଖିଛନ୍ତି ଯେ ମୁଁ କୌଣସି ପଦବୀ, କ୍ଷମତା କିମ୍ବା ବ୍ୟକ୍ତିଗତ ଲାଭ ପାଇଁ ଇସ୍ତଫା ଦେଇନାହିଁ। ମୁଁ ହିନ୍ଦୁତ୍ୱ ପାଇଁ ଜନ୍ମ ହୋଇଛି... ମୁଁ ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଥିପାଇଁ କାମ କରିବି।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande