କେନ୍ଦୁଝର, ୧୦ ଜୁଲାଇ (ହି.ସ.) - ପବିତ୍ର ବ୍ୟାସ ପୂର୍ଣ୍ଣିମା ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ ପରିସରରେ ଆରଏସଏସ କେନ୍ଦୁଝର ନଗର ଶାଖା ପକ୍ଷରୁ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରୀୟ ସେବା ନ୍ୟାସ ଅଧକ୍ଷ କୈଳାସ ମହାପାତ୍ର ଯୋଗ ଦେଇଥିଲା ବେଳେ ମୁଖ୍ୟ ମୁଖ୍ୟବକ୍ତା ଭାବେ ବିଭାଗ କାର୍ଯ୍ୟବାହ ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଉପରେ ମାର୍ଗ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ନଗର କାର୍ଯ୍ୟବାହ ଦୁଃଶାସନ ମହାନ୍ତ ପରିଚାଳନା କରିଥିବା ବେଳେ ତିନି ଶହରୁ ଉର୍ଦ୍ଧ୍ୱ ସ୍ୱୟଂ ସେବକ ଯୋଗଦେଇ ଗୁରୁ ଦକ୍ଷିଣା ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA