ସୁଧାର ଗୃହରୁ ନାବାଳିକା ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର :  ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ମାଲକାନଗିରି, ୧୦ ଜୁଲାଇ (ହି.ସ.)- ମାଲକାନଗିରି ସୁଧାର ଗୃହରେ ରହୁଥିବା ଜଣେ ନାବାଳିକା ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଗତକାଲି ଉଦ୍ଧାର ହୋଇଛି । ତାଙ୍କ ଘର ଏମ.ପି.ଭି.- ୮୧ । ତାଙ୍କର ବୟସ ୧୫ ବର୍ଷ । ମୃତ ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଝିଅ ଆତ୍ମହତ୍ୟା କରିନାହିଁ ବରଂ ତାକୁ
ସୁଧାର ଗୃହରୁ ନାବାଳିକା ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର :  ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ


ମାଲକାନଗିରି, ୧୦ ଜୁଲାଇ (ହି.ସ.)- ମାଲକାନଗିରି ସୁଧାର ଗୃହରେ ରହୁଥିବା ଜଣେ ନାବାଳିକା ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଗତକାଲି ଉଦ୍ଧାର ହୋଇଛି । ତାଙ୍କ ଘର ଏମ.ପି.ଭି.- ୮୧ । ତାଙ୍କର ବୟସ ୧୫ ବର୍ଷ । ମୃତ ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଝିଅ ଆତ୍ମହତ୍ୟା କରିନାହିଁ ବରଂ ତାକୁ ହତ୍ୟା କରି ଏଠାରେ ଝୁଲାଇ ଦିଆଯାଇଛି । ଝିଅକୁ ରୋଷେୟା ଦିଦି ନିର୍ଯାତନା ଦେଇ ଆସୁଥିବା ନେଇ ଥାନାରେ ଏତଲା କରିଛନ୍ତି ମୃତ ନାବାଳିକାଙ୍କ ପରିବାର ଲୋକ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଆଜି କୋରାପୁଟରୁ ସାଇଂଟିଫିକ୍ ଟିମ୍ ଆସି ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍ କରିଛି । ମାଲକାନଗିରି ଆଦର୍ଶ ଥାନା ପୋଲିସ ମୃତ ନାବାଳିକାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି । କେଉଁ ପରିସ୍ଥିତିରେ ସମ୍ପୃକ୍ତ ନାବାଳିକା ଜଣକ ଏଭଳି ଚରମ ନିଷ୍ପତି ନେଲେ କିମ୍ବା କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ପ୍ରଚେଷ୍ଟା କରିଛି ପୋଲିସ ସେ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande