ଜୁଲାଇ ୧୫ ଭଦ୍ରକ-ଧାମରା ରେଳପଥ ବଂଦ ପାଇଁ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୧୦ ଜୁଲାଇ (ହି.ସ.) - ଭଦ୍ରକ- ଧାମରା ରେଳପଥରେ ଯାତ୍ରୀ ବାହୀ ରେଳ ଚଳାଚଳ କରିବା, ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଧାମରା ବନ୍ଦରରେ ନିଯୁକ୍ତି ଦେବା, ନବ ନିର୍ମାଣାଧୀନ ଭଦ୍ରକ-ଧାମରା ୨ ୟ ରେଳପଥରେ କାର୍ଯ୍ୟ କରିଥିବା କ୍ଷୁଦ୍ର ଠିକାଦାର ଓ ଶ୍ରମିକ ମାନଙ୍କ ବକେୟା ପ୍ରାପ୍ୟ ଓ ମଜୁରୀ ତୁରନ୍ତ ପ୍
ଜୁଲାଇ ୧୫ ଭଦ୍ରକ-ଧାମରା ରେଳପଥ ବଂଦ ପାଇଁ ସାମ୍ବାଦିକ ସମ୍ମିଳନୀ


ଭଦ୍ରକ, ୧୦ ଜୁଲାଇ (ହି.ସ.) - ଭଦ୍ରକ- ଧାମରା ରେଳପଥରେ ଯାତ୍ରୀ ବାହୀ ରେଳ ଚଳାଚଳ କରିବା, ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଧାମରା ବନ୍ଦରରେ ନିଯୁକ୍ତି ଦେବା, ନବ ନିର୍ମାଣାଧୀନ ଭଦ୍ରକ-ଧାମରା ୨ ୟ ରେଳପଥରେ କାର୍ଯ୍ୟ କରିଥିବା କ୍ଷୁଦ୍ର ଠିକାଦାର ଓ ଶ୍ରମିକ ମାନଙ୍କ ବକେୟା ପ୍ରାପ୍ୟ ଓ ମଜୁରୀ ତୁରନ୍ତ ପ୍ରଦାନ ଦାବି କରି ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ଓ ଆମ୍ବେଦକରାଇଟ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ବାଂଶଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଧାନଖଣିଆ ଗ୍ରାମ ଠାରେ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ ଦାବି ଗୁଡିକ ପୂରଣ ଦାବିରେ ଆସନ୍ତା ଜୁଲାଇ, ୧୫ ରେ ଭଦ୍ରକ- ଧାମରା ରେଳପଥକୁ ଜନ୍ତୁଆଳି ଛକ ନିକଟରେ ଅବରୋଧ କରାଯିବ ବୋଲି ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ସଭାପତି ବିକାଶ ନାଥ, ରେଳ ସଂଗ୍ରାମ ସମିତି ସଂପାଦକ ହାକିମ ଦାସ, କ୍ଷୁଦ୍ର ଠିକାଦାର ସଂଘ ଭଦ୍ରକ ଜିଲ୍ଲା ସଂପାଦକ ଅନୀଲ ରାଉତ, କାଳନ୍ଦୀ ମହାଳିକ, ଦଳିତ ନେତା ଅଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande