ମାଳଆନନ୍ଦପୁର ପ୍ରାଥମିକ କୃଷି ସମବାୟ ସମିତିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
କୋରେଇ, ୧୦ ଜୁଲାଇ(ହି.ସ.) - ଯାଜପୁର ସଦର ଥାନା ଅନ୍ତର୍ଗତ ଯାଜପୁର ବ୍ଲକ ମାଳଆନ୍ଦପୁର ପଂଚାୟରେ ଥିବା ପ୍ରାଥମିକ କୃଷି ସମବାୟ ସମିତିରୁ ଲକ୍ôଷାଧିକ ଟଙ୍କାର ସାମଗ୍ରୀ ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଛି । ସମିତିର ସହ ସମ୍ପାଦକ ସତ୍ୟଜିତ ସାହୁଙ୍କ ଅଭିଯୋଗ ମୁତାବକ ମଙ୍ଗଳବାର ରାତ୍ରିରେ କେହି ଦୃର୍
ମାଳଆନନ୍ଦପୁର ପ୍ରାଥମିକ କୃଷି ସମବାୟ ସମିତିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି


କୋରେଇ, ୧୦ ଜୁଲାଇ(ହି.ସ.) - ଯାଜପୁର ସଦର ଥାନା ଅନ୍ତର୍ଗତ ଯାଜପୁର ବ୍ଲକ ମାଳଆନ୍ଦପୁର ପଂଚାୟରେ ଥିବା ପ୍ରାଥମିକ କୃଷି ସମବାୟ ସମିତିରୁ ଲକ୍ôଷାଧିକ ଟଙ୍କାର ସାମଗ୍ରୀ ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଛି । ସମିତିର ସହ ସମ୍ପାଦକ ସତ୍ୟଜିତ ସାହୁଙ୍କ ଅଭିଯୋଗ ମୁତାବକ ମଙ୍ଗଳବାର ରାତ୍ରିରେ କେହି ଦୃର୍ବୃତ କାର୍ଯ୍ୟାଳୟର ତାଲାଭାଂଗି ହାଲୋଜିନ ଲାଇଟ ୧ଟି, ପ୍ରିଂଟର ୨ଟା, କମ୍ପ୍ୟୁଟର ମନିଟର ୨ଟା, ସିପିୟୁ ୨ଟା, ଲ୍ୟାପଟପ ଗୋଟିଏ, ସିସିଟିଭି ମନିଟର, ଷ୍ଠାଣ୍ଡ ଫ୍ୟାନ ଗୋଟିଏ, ସିସି କ୍ୟାମେରା ୭ଟା, ଧଳା ଓ କଳା ପାଲ ୪ଟା ଚୋରି କରି ନେଇଛନ୍ତି । ବୁଧବାର ୧୦ଟା ବେଳେ ଅଫିସରେ ପହଂଚି ଦେଖିଲା ବେଳକୁ ସବୁ କିଛି ଚୋରି ହୋଇଛି । ଖୋଜାଖୋଜି ପରେ ଭଗବାନ ବେହେରାଙ୍କ ଇଟାଭାଟି ପାଲ ତଳେ ହାଲୋଜିନ ଲାଇଟ ଓ ସିସିଟିଭି ମନିଟର ମିଳିଥିଲା । ମାଳଆନନ୍ଦପୁର ଗ୍ରାମର ଶଙ୍କର ଦଳେଇ, ଭାଲୁ ଦଳେଇ, ଷଣ୍ଢ ଦଳେଇ, ରାମ ଦଳେଇ , ନାଣ୍ଡୁ ଦଳେଇ ପ୍ରମୁଖ ଚୋରିରେ ସମ୍ପୃକ୍ତିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପରେପ ପୁଲିସ ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande