କୋରେଇ, ୧୦ ଜୁଲାଇ(ହି.ସ.) - ପାଣିକୋଇଲିର ଯୁବନେତା ରାକେଶ ସାହୁ ପ୍ରଦେଶ କଂଗ୍ରେସ କମିଟିର ମିଡିଆ ପ୍ୟାନେଲିଷ୍ଟ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ସାହୁ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଣିକୋଇଲି ଗ୍ରାମର ଯୁବକ ଅଟନ୍ତି । ଜଣେ ଆଇନଜିବୀ, ଦକ୍ଷ ଯୁବ ନେତା ଓ ଯୁବ ସମାଜସେବୀ ଭାବେ ତାଙ୍କର ଖ୍ୟାତି ରହିଛି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମିଡିଆ ପ୍ୟାନେଲିଷ୍ଟ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଛ୍ଚାର ସୁଅ ସୁଟିଛି । ଏହି ନିଯୁକ୍ତି ପରେ ସେ କଂଗ୍ରେସ ଦଳ ସପକ୍ଷରେ ବିଭିନ୍ନ ଟିଭି ବିର୍ତକରେ ଭାଗ ନେଇପାରିବେ । ଶ୍ରୀ ସାହୁ କୋରେଇ ରୀାଜନିତୀରେ ଏକ ନୂଆ ଆଲୋଡନ ସୃଷ୍ଟି କରିବାକୁ ଯାଉଛନ୍ତି । ଏହି ନିଯୁକ୍ତିରେ ସେ ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲୁ ରାଷ୍ଟ୍ରୀୟ ମିଡିଆ ଅଧ୍ୟକ୍ଷ ପବନ ଖେରା, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ସୁଧାଂଶୁ ଦେଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ