ଜିଲ୍ଲା ଶିଳ୍ପ କେନ୍ଦ୍ରରେ ନାହାନ୍ତି ସ୍ଥାୟୀ ଜେନେରାଲ ମ୍ୟାନେଜର
ମାଲକାନଗିରି, ୧୦ ଜୁଲାଇ (ହି.ସ.) - ଆଗକୁ ବଢ଼ିବା ଲାଗି ଅନେକ ସମ୍ଭାବନା ରହିଛି। ନୂଆ ରୋଜଗାର ବି ସୃଷ୍ଟି ହୋଇପାରିବ କିନ୍ତୁ ଜିଲ୍ଲା ଶିଳ୍ପ କେନ୍ଦ୍ର ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ। ତେଣୁ ସରକାରୀ ଯୋଜନାରେ ସାମିଲ ହେବାକୁ ଚାହୁଥିବା ଯୁବ ଉଦ୍ୟୋଗୀ କାର୍ଯ୍ୟାଳୟକୁ ଆସି ନି
ଜିଲ୍ଲା ଶିଳ୍ପ କେନ୍ଦ୍ରରେ ନାହାନ୍ତି ସ୍ଥାୟୀ ଜେନେରାଲ ମ୍ୟାନେଜର


ମାଲକାନଗିରି, ୧୦ ଜୁଲାଇ (ହି.ସ.) - ଆଗକୁ ବଢ଼ିବା ଲାଗି ଅନେକ ସମ୍ଭାବନା ରହିଛି। ନୂଆ ରୋଜଗାର ବି ସୃଷ୍ଟି ହୋଇପାରିବ କିନ୍ତୁ ଜିଲ୍ଲା ଶିଳ୍ପ କେନ୍ଦ୍ର ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ। ତେଣୁ ସରକାରୀ ଯୋଜନାରେ ସାମିଲ ହେବାକୁ ଚାହୁଥିବା ଯୁବ ଉଦ୍ୟୋଗୀ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି।

ଶିଳ୍ପ କେନ୍ଦ୍ରରେ ସ୍ଥାୟୀ ଜେନେରାଲ ମ୍ୟାନେଜର ନଥିଲା ବେଳେ ଜୟପୁର କେନ୍ଦ୍ରର ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୁଇଟି କେନ୍ଦ୍ରର ଦାୟିତ୍ୱ ଯୋଗୁଁ ନିୟମିତ ମାଲକାନଗିରି ଆସୁନାହାନ୍ତି। ସେହିପରି ଦୁଇ ସହକାରୀ ଶିଳ୍ପଅଧିକାରୀଙ୍କ ବହୁ ଦିନ ହେଲା ଦେଖା ମିଳୁନାହିଁ। ଜଣେ ବରିଷ୍ଠ ସହାୟକ ଓ ଜଣେ କନିଷ୍ଠ ସହାୟକ ସମେତ୨ଜଣ ପିଅନ ରହିବା କଥା। କିନ୍ତୁ କେବଳ ଜଣେ ବରିଷ୍ଠ ସହାୟକ ହିଁ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଛି।

ପିଏମ୍‌ଇଜିପି ଏବଂ ପିଏମ୍‌ଏଫ୍‌ଏନ୍‌ଇ ଯୋଜନା ଏହି କାର୍ଯ୍ୟାଳୟରୁ କାର୍ଯ୍ୟକାରୀ ହେଉଛି। ପିଏମ୍‌ଇଜିପି ଯୋଜନାରେ ଉଦ୍ୟୋଗୀଙ୍କୁ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିଥାଏ। ସେହିପରି ପିଏସ୍‌ଏଫ୍‌ଏନ୍‌ଇ ଯୋଜନାରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ୨୦୦୭ ମସିହାରୁ ଉଭୟ ଯୋଜନା ଆରମ୍ଭ ହୋଇଥିଲା କେବେ କେତେ ଜଣ ଯୋଜନାରେ ଉପକୃତ ହୋଇଛନ୍ତି ତାହାର ହିସାବ କାର୍ଯ୍ୟାଳୟରେ ନାହିଁ। ବରିଷ୍ଠ ସହାୟକ ପ୍ରତିଦିନ କାର୍ଯ୍ୟାଳୟକୁ ଆସୁଥିଲେ ସୁଦ୍ଧା ତଥ୍ୟ ପ୍ରଦାନରେ ଅସମର୍ଥ। ଉଦ୍ୟୋଗ ଆଶା ନେଇଆସୁଥିବା ଉଦ୍ୟୋଗୀଙ୍କୁ ବରିଷ୍ଠ ସହାୟକ ନିଜ ହାତରେ କିଛି ନଥିବା ଉତର ଦେଇ ଫେରାଇ ଦେଉଛନ୍ତି। ତେଣୁ ଅସନ୍ତୋଷ ବଢ଼ିବାରେ ଲାଗିଛି ଜିଲ୍ଲାର ଦୁର୍ଗମ ଅଂଚଳରୁ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗୀ ଜିଲ୍ଲା ଶିଳ୍ପ କେନ୍ଦ୍ର ଆସି ଖର୍ଚ୍ଚାନ୍ତ ହେବା ସହ କୌଣସି କାମ କରିନପାରି ହତାଶ ହେଉଛନ୍ତି। ଏନେଇ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା। ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ନିରାଶା ବଢ଼ିବାରେ ଲାଗିଛି ଏକ ବର୍ଷରୁ ଅଧିକ ସମୟ ହେବ ଏହି କେନ୍ଦ୍ରରେ କୌଣସି କାମ ଠିକ୍ ଭାବେ ହେଉନଥିବାରୁ କିଭଳି ଯୋଜନା ଗୁଡିକ ସଫଳ ହେବ ବୋଲି ପ୍ରଶ୍ନ ଉଠିଛି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande