ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ
ଧର୍ମଶାଳା,୧୦ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ଆଜି ଅପରାହ୍ନରେ ଜାରକାସ୍ଥିତ ଗାର୍ଡ କାର୍ଯ୍ୟାଳୟ ପରିସରରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି କାହ୍ନୁଚରଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ
ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ


ଧର୍ମଶାଳା,୧୦ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ଆଜି ଅପରାହ୍ନରେ ଜାରକାସ୍ଥିତ ଗାର୍ଡ କାର୍ଯ୍ୟାଳୟ ପରିସରରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି କାହ୍ନୁଚରଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସ୍ତମ୍ଭକାର ମନୋରଞ୍ଜନ ମହାନ୍ତି ଯୋଗଦେଇ ଜ୍ଞାନ ଠାରୁ ଭକ୍ତି ବଡ। ଅନ୍ୟର ମଙ୍ଗଳ କରିବା ଶ୍ରେଷ୍ଠତ୍ୱ। ଅମଙ୍ଗଳ କରିବା ନାରକୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରବଚକ ବିଭୂତି ଭୂଷଣ ପାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନ୍ଧାରରୁ ସୃଷ୍ଟିକୁ ଆଲୋକ ଆଡକୁ ଅଗ୍ରସର କରିବାର ଅର୍ଥ ହେଉଛି ଗୁରୁପୂର୍ଣ୍ଣିମା ବୋଲି ମତବ୍ୟକ୍ତ କରିଥିଲେ। ସାଧାରଣ ସଂପାଦକ ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକ, ଶିକ୍ଷାବିତ ଯୁଧିଷ୍ଟିର ସ୍ୱାଇଁ, କଥାକାର ଅର୍ଜ୍ଜୁନ ପୃଷ୍ଟି, ବ୍ରଜକିଶୋର ଦାଶ, ଗୋଲକ ଚନ୍ଦ୍ର ପଲେଇ,ପ୍ରଧାନ ଶିକ୍ଷକ ନିରୋଜ ମହାନ୍ତି, ଚିତରଞ୍ଜନ ମହାନ୍ତି, ଗୋବିନ୍ଦ ସାହୁ , ଅଖିଳ କୁମାର ସ୍ୱାଇଁ , ଯୁଗଳ ଦାସ, ସତ୍ୟାନନ୍ଦ ପ୍ରଧାନ, ବେଣୁଧର ଦାସ,ସରୋଜିନୀ ପଣ୍ଡା, ପ୍ରତିମା ସାହୁ ପ୍ରମୁଖ ଗୁରୁ ବ୍ୟାସଦେବଙ୍କ ସଂପର୍କରେ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ବିଜୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande