ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ଅଘଟଣ : ରାସ୍ତା କଡ଼କୁ ଖସିଲା ପୁଲିସ ଭ୍ୟାନ୍
ଅଡ଼ବା, ୧୦ ଜୁଲାଇ (ହି.ସ.)- ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ଘଟିଛି ଅଘଟଣ । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ପୁଲିସ ଭ୍ୟାନ୍ । ଯେଉଁଥିରେ ୨୦ରୁ ଅଧିକ ଯବାନ ଥିଲେ । ସମସ୍ତ ଯବାନଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।ସୂଚନା ଅନୁଯାୟୀ, କୋରାପୁଟର
ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ଅଘଟଣ : ରାସ୍ତା କଡ଼କୁ ଖସିଲା ପୁଲିସ ଭ୍ୟାନ୍


ଅଡ଼ବା, ୧୦ ଜୁଲାଇ (ହି.ସ.)- ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ଘଟିଛି ଅଘଟଣ । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ପୁଲିସ ଭ୍ୟାନ୍ । ଯେଉଁଥିରେ ୨୦ରୁ ଅଧିକ ଯବାନ ଥିଲେ । ସମସ୍ତ ଯବାନଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।ସୂଚନା ଅନୁଯାୟୀ, କୋରାପୁଟର ୨୨ ଜଣ ଯବାନ ପୁରୀରେ ରଥଯାତ୍ରା ପାଇଁ ଡ୍ୟୁଟି କରୁଥିଲେ । ରଥଯାତ୍ରା ସରିବା ପରେ ସମସ୍ତ ଯବାନ ଏକ ବସ୍ ଯୋଗେ କୋରାପୁଟ ଫେରୁଥିଲେ । ହେଲେ ଗୁରୁବାର ଭୋର୍ ପ୍ରାୟ ୫ଟା ସମୟରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ମାଣ୍ଡିମେରା ଗାଁ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା । ଫଳରେ ଗାଡ଼ିରେ ଥିବା ଯବାନମାନେ ବସ୍ ଭିତରେ ଫସି ରହିଥିଲେ । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଗାଡ଼ିରୁ ଯବାନମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ଗାଡ଼ିର ଆଂଶିକ କ୍ଷତି ହୋଇଥିବା ବେଳେ ଯବାନମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande