ଧର୍ମଶାଳା,୧୦ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସହାୟ ବନ୍ଧୁ ସେବା ସଂଗଠନ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଅବସରରେ କାଏମା ଶିଶୁ ମନ୍ଦିର ପରିସରରେ ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସଂଗଠନ ପକ୍ଷରୁ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା ରୀତାରାଣୀ ସ୍ୱାଇଁ , ଗୁରୁଜୀ ଗୁରୁମା ଏବଂ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଚାରା ରୋପଣ କରାଯାଇଥିଲା। ବୃକ୍ଷ ହିଁ ଜୀବନ ଏହାସ ପ୍ରାଣୀ ଜଗତକୁ ଅମ୍ଲଜାନ ଯୋଗାଇଥାଏ। ମନୁଷ୍ୟ ମାନଙ୍କ ଅନବରତ ଅତ୍ୟାଚାର ଏବଂ ଜଙ୍ଗଲ ଧ୍ୱଂସ , ଓ ରାସ୍ତା ଘାଟ ପ୍ରଶସ୍ତି କରଣ ଯୋଗୁଁ ଗଛ ଗୁଡିକ କଟା ଯାଉଛି। ତେଣୁ ଗୋଟିଏ ପଟେ ଅମ୍ଲଜାନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ପ୍ରଦୁଷଣର ହାର ବଢିଚାଲିଛି। ତେବେ ଏଭଳି ପରିସ୍ଥିତିରେ ବ୍ୟାପକ ଚାରା ରୋପଣ କରାଯାଇ ସମାଜକୁ ଉଦ୍ଧାର କରିଯାଇପାରିବ ବୋଲି ସଂଗଠନ ର ସମ୍ପାଦକ ଗଣେଶ୍ୱର ନାୟକ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସଚେତତ କରିଥିଲେ। ପରେ ବିଦ୍ୟାଳୟ ରୁ ଏକ ଶୋଭାଯାତ୍ରା କାଏମା ବଜାର ଅଭିମୁକେ ବାହାରି ଲୋକ ମାନଙ୍କୁ ଚାରା ରୋପଣ ଏବଂ ଏହାର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ସତ୍ୟାନନ୍ଦ ସାହୁ, ଅଜୟ ସେଠୀ, ତପନ ସାହୁ, ଜ୍ୟୋର୍ତିମୟୀ ପଣ୍ଡା, ବିଶ୍ୱଜିତ ପ୍ରଧାନ, ବିଜୟ ସାହୁ ଏବଂ ବିଦ୍ୟାଳୟର ଗୁରୁଜୀ, ଗୁରୂମା ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ