ଟ୍ରମ୍ପଙ୍କ ନୂଆ ବ୍ୟାଣିଜ୍ୟକ ଆକ୍ରମଣ, ଫିଲିପାଇନ୍ସ ସମେତ 6 ଦେଶରେ ଉପରେ ବଢାଇଲେ ଟାରିଫ
ୱାଶିଂଟନ, 10 ଜୁଲାଇ (ହି.ସ.)-ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଫିଲିପାଇନ୍ସ ସହିତ ଆଉ ଛଅଟି ଦେଶ ଉପରେ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିବା ନେଇ ଘୋଷଣା କରିଛନ୍ତି। ବୁଧବାର ଦିନ ଏହି ଦେଶଗୁଡିକର ନେତାମାନଙ୍କୁ ପଠାଯାଇଥିବା ଏକ ଔପଚାରିକ ପତ୍ରରେ ଟ୍ରମ୍ପ କହିଛନ
ଟ୍ରମ୍ପଙ୍କ ନୂଆ ବ୍ୟାଣିଜ୍ୟକ     ଆକ୍ରମଣ, ଫିଲିପାଇନ୍ସ ସମେତ 6 ଦେଶରେ ଉପରେ ବଢାଇଲେ ଟାରିଫ


ୱାଶିଂଟନ, 10 ଜୁଲାଇ (ହି.ସ.)-ଆମେରିକାର ରାଷ୍ଟ୍ରପତି

ଡୋନାଲ୍ଡ୍ ଟ୍ରମ୍ପ୍ ଫିଲିପାଇନ୍ସ ସହିତ ଆଉ ଛଅଟି ଦେଶ ଉପରେ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିବା

ନେଇ ଘୋଷଣା କରିଛନ୍ତି। ବୁଧବାର ଦିନ ଏହି ଦେଶଗୁଡିକର ନେତାମାନଙ୍କୁ ପଠାଯାଇଥିବା ଏକ ଔପଚାରିକ

ପତ୍ରରେ ଟ୍ରମ୍ପ କହିଛନ୍ତି ଯେ, ଏହି ଟ୍ୟାରିଫ୍‌ଗୁଡିକ ୦୧

ଅଗଷ୍ଟରୁ ଲାଗୁ ହେବ। ଏଥିରେ ଲିବିଆ,ଇରାକ୍ ଏବଂ ଆଲଜେରିଆରୁ ଆସୁଥିବା ଆମଦାନୀ ଉପରେ ୩୦% ଶୁଳ୍କ, ମୋଲ୍ଡୋଭା ଏବଂ ବ୍ରୁନେଇ ଉପରେ ୨୫%, ଓ ଫିଲିପିନ୍ସ ଉପରେ ୨୦%

ଶୁଳ୍କ ଲାଗିବ।

ଏହି ପଦକ୍ଷେପ ସହିତ, ଏହି ସପ୍ତାହରେ ଟ୍ୟାରିଫ୍‌ର ନୂଆ ଦର ଦ୍ୱାରା ପ୍ରଭାବିତ ହେଉଥିବା ଦେଶର ସଂଖ୍ୟା ୨୦

ହୋଇଯାଇଛି। ଏହାର ପୂର୍ବରୁ ଟ୍ରମ୍ପ ପ୍ରଶାସନ କମ୍ବୋଡିଆ, ଥାଇଲ୍ୟାଣ୍ଡ, ବାଂଲାଦେଶ, ଇଣ୍ଡୋନେସିଆ, ଜାପାନ୍ ଏବଂ ଦକ୍ଷିଣ କୋରିଆ

ସହିତ ଅନ୍ୟାନ୍ୟ ଦେଶର ଉପରେ ମଧ୍ୟ ଶୁଳ୍କ ବଢ଼ାଇବାର ଘୋଷଣା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande