ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ଭଗବନ୍ତ ମାନ ଙ୍କ ମନ୍ତବ୍ୟକୁ ଲଜ୍ଜାଜନକ କହିଲା ବିଜେପି
ନୂଆଦିଲ୍ଲୀ, ୧୧ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଦେଶ ଗସ୍ତ ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ମନ୍ତବ୍ୟକୁ ଭାରତୀୟ ଜନତା ପାର୍ଟି ଲଜ୍ଜାଜନକ କହିଛି । ଶୁକ୍ରବାର ଦିନ ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଘ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ବିଦେଶରେ ମିଳିଥିବା ସମ
ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ ଭଗବନ୍ତ ମାନ ଙ୍କ ମନ୍ତବ୍ୟକୁ ଲଜ୍ଜାଜନକ କହିଲା ବିଜେପି


ନୂଆଦିଲ୍ଲୀ, ୧୧ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଦେଶ ଗସ୍ତ ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ମନ୍ତବ୍ୟକୁ ଭାରତୀୟ ଜନତା ପାର୍ଟି ଲଜ୍ଜାଜନକ କହିଛି । ଶୁକ୍ରବାର ଦିନ ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଘ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ବିଦେଶରେ ମିଳିଥିବା ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଯେକୌଣସି ଦେଶ ହେଉନା କାହିଁକି, ଯେତେବେଳେ ଭାରତର ନେତୃତ୍ୱକୁ ବିଶ୍ୱ ସ୍ତରରେ ଉଚ୍ଚ ସ୍ଥାନ ଦିଆଯାଏ, ସେହି ମୁହୂର୍ତଟି ସମଗ୍ର ଭାରତର ସମ୍ମାନର ପ୍ରତୀକ ହୋଇଯାଏ । ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ବକ୍ତବ୍ୟ ଲଜ୍ଜାଜନକ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅପମାନଜନକ ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ବିବୃତିରେ ତରୁଣ ଚୁଘ କହିଛନ୍ତି ଯେ, ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେବା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୁହେଁ ବରଂ ସମଗ୍ର ଦେଶ ଏବଂ ପଞ୍ଜାବ ଭଳି ଏକ ଗୌରବଶାଳୀ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅପମାନ ଅଟେ । ସେ କହିଛନ୍ତି ଯେ, ଏପରି ଅହଂକାର ଏବଂ ଏପରି ଅଶାଳୀନତାକୁ ଆଉ ବରଦାସ୍ତ କରାଯିବ ନାହିଁ । ଭଗବନ୍ତ ମାନଙ୍କୁ ଦେଶ ନିକଟରେ କ୍ଷମା ମାଗିବା ଉଚିତ୍ ଏବଂ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande