କାଠମାଣ୍ଡୁ, ୧୧ ଜୁଲାଇ (ହି.ସ)-
ଚୀନ୍ ଶାସିତ ତିବ୍ବତ ଅଞ୍ଚଳରେ ଥିବା ହିମତାଲ ନଦୀ ବନ୍ଧ ଭାଙ୍ଗିବା ଯୋଗୁଁ ନେପାଳର ରସୁୱାଗଢିରେ
ଆସିଥିବା ବନ୍ୟାରେ ଜୀବନ ଏବଂ ସମ୍ପତ୍ତି ବ୍ୟାପକ
କ୍ଷତି ହୋଇଛି। ଚୀନ୍ ପ୍ରଶାସନ ଏ ବିଷୟରେ କୌଣସି ମଧ୍ୟ ପୂର୍ବ ସୂଚନା ନେପାଳ ସରକାରଙ୍କୁ ଦେଇ
ନଥିଲା। ଯଦି ଏହାର ସୂଚନା ଠିକ୍ ସମୟରେ ମିଳିଥାନ୍ତାତେବେ ବିନାଶକୁ କିଛି ପରିମାଣରେ ରୋକାଯାଇ ପାରିଥାନ୍ତା।ଜାତୀୟ
ବିପର୍ଯ୍ୟୟ ପ୍ରାଧିକରଣର ମୁଖ୍ୟ ଦିନେଶ ଭଟ୍ଟ କହିଛନ୍ତି ଯେ ଚୀନର ତିବ୍ବତରେ ହିମନଦୀର ବନ୍ଧ
ଭାଙ୍ଗିବା ଏବଂ ବନ୍ୟା ବିଷୟରେ ପୂର୍ବ ସୂଚନା ନ
ଦିଆଯିବା କାରଣରୁ ନେପାଳର ବିପୁଳ କ୍ଷତି ହୋଇଛି। ଭଟ୍ଟ ଦାବି କରିଛନ୍ତି ଯେ ସୀମାବର୍ତ୍ତୀ
ଅଞ୍ଚଳର ଜିଲ୍ଲାଗୁଡ଼ିକରେ ମୌସୁମୀ ସମ୍ପର୍କରେ ସତର୍କ ରହିବା ପାଇଁ ଆନୁଷ୍ଠାନିକ ସୂଚନା
ଦିଆଯାଇଥିଲାକିନ୍ତୁ ଏତେ ବଡ଼ ବନ୍ୟା ବିଷୟରେ କୌଣସି ପୂର୍ବ ସୂଚନା
ଦିଆଯାଇ ନଥିଲା। ରସୁୱାଗଢି ଜିଲ୍ଲା ପ୍ରଶାସନ ମଧ୍ୟ ଗୃହ ମନ୍ତ୍ରଣାଳୟକୁ ଜଣାଇଛି ଯେ ଚୀନ୍ ଏ
ବିଷୟରେ କୌଣସି ମଧ୍ୟ ପୂର୍ବ ସୂଚନା ଦେଇ ନଥିଲା। ଗୃହ ମନ୍ତ୍ରଣାଳୟର ମୁଖପାତ୍ର ରାମଚନ୍ଦ୍ର
ତିୱାରୀ କହିଛନ୍ତି ଯେ ଯଦି ପୂର୍ବରୁ ସୂଚନା ମିଳିଥାନ୍ତା, ତେବେ ଜୀବନ ଏବଂ
ସମ୍ପତ୍ତି କ୍ଷତିକୁ ଏଡାଯାଇପାରିଥାନ୍ତା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା