ମହଙ୍ଗା ହେଲା ସୁନା, ଚାନ୍ଦିର ମଧ୍ୟ ଚମକ ବୃଦ୍ଧି
ନୂଆଦିଲ୍ଲୀ, ୧୧ ଜୁଲାଇ (ହି.ସ.)- ଘରୋଇ ସୁନା ବଜାରରେ ଆଜି ଦ୍ରୃତ ଅଭିବୃଦ୍ଧି ଦେଖାଦେଇଛି। ସୁନା ଆଜି ୭୬୦ ଟଙ୍କାରୁ ୮୩୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ସେହିପରି ଚାନ୍ଦିର ମୂଲ୍ୟରେ ମଧ୍ୟ ଆଜି ୧୧୦୦ ଟଙ୍କା କିଲୋଗ୍ରାମ ପିଛା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି
ମହଙ୍ଗା ହେଲା ସୁନା, ଚାନ୍ଦିର ମଧ୍ୟ ଚମକ ବୃଦ୍ଧି


ନୂଆଦିଲ୍ଲୀ, ୧୧ ଜୁଲାଇ (ହି.ସ.)- ଘରୋଇ ସୁନା ବଜାରରେ ଆଜି ଦ୍ରୃତ ଅଭିବୃଦ୍ଧି ଦେଖାଦେଇଛି।

ସୁନା ଆଜି ୭୬୦ ଟଙ୍କାରୁ ୮୩୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ସେହିପରି ଚାନ୍ଦିର ମୂଲ୍ୟରେ ମଧ୍ୟ ଆଜି ୧୧୦୦ ଟଙ୍କା କିଲୋଗ୍ରାମ ପିଛା ବୃଦ୍ଧି

ପାଇଛି। ମୂଲ୍ୟ ବୃଦ୍ଧି ଯୋଗୁଁ ଆଜି ଦେଶର ଅଧିକାଂଶ

ସୁନା ବଜାରରେ ୨୪ କ୍ୟାରେଟ୍ ସୁନା ୯୯,୦୦୦ ରୁ ୯୯,୧୫୦ ଟଙ୍କାରେ ପ୍ରତି ୧୦ ଗ୍ରାମ ମଧ୍ୟରେ କାରବାର ହେଉଛି। ସେହିପରି, ୨୨ କ୍ୟାରେଟ୍ ସୁନା

ଆଜି ୯୦,୭୫୦ ଟଙ୍କାରୁ ନେଇ ୯୦,୯୦୦ ଟଙ୍କା ପ୍ରତି ୧୦ ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ଚାନ୍ଦିର

ମୂଲ୍ୟରେ ବୃଦ୍ଧି ଯୋଗୁଁ ଏହି ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ ଆଜି ୧,୧୧,୦୦୦ ଟଙ୍କା ପ୍ରତି କିଲୋଗ୍ରାମ

ପିଛା ସ୍ତରରେ ବିକ୍ରି ହେଉଛି। ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ପ୍ର ଆଜି ୯୯,୧୫୦ ଟଙ୍କା ପ୍ରତି

୧୦ ଗ୍ରାମ ସ୍ତରରେ କାରବାର ହେଉଛି, ଯେତେବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦,୯୦୦ ଟଙ୍କା ପ୍ରତି

୧୦ ଗ୍ରାମ ରେକର୍ଡ କରାଯାଇଛି। ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍

ସୁନା ୯୯,୦୦୦ ଟଙ୍କା ପ୍ରତି

୧୦ ଗ୍ରାମ ଏବଂ ୨୨ କ୍ୟାରେଟ୍ ସୁନା ୯୦,୭୫୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ବିକ୍ରି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande