ଶ୍ରୀନଗର, ୧୧ ଜୁଲାଇ (ହି.ସ.)- ଆତଙ୍କବାଦୀ ପାଣ୍ଠି ଯୋଗାଣ ସମ୍ବନ୍ଧୀୟ ଏକ ମାମଲାରେ ରାଜ୍ୟ ତଦନ୍ତ ସଂସ୍ଥା (ଏସଆଇଏ) ଜମ୍ମୁ, ଡୋଡା ଏବଂ ହଣ୍ଡୱାଡାର ତିନୋଟି ସ୍ଥାନରେ ଏକ ତଲାସୀ ଅଭିଯାନ ଚଳାଇଛି । ଏହି ତଲାସୀ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି, ଯାହା ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଗୁପ୍ତ ଆର୍ôଥକ ନେଟୱାର୍କର ପର୍ଦ୍ଦାଫାସ କରିଛି ।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ତଲାସୀର ଉଦ୍ଦେଶ୍ୟ ଥିଲା କ୍ରିପଟୋକରେନ୍ସି ମାଧ୍ୟମରେ ସୀମାପାର ପାଣ୍ଠି ଯୋଗାଣ ସମ୍ବନ୍ଧୀୟ ଏକ ଜଟିଳ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିବା, ଯାହା ଜମ୍ମୁ ଏବଂ କାଶ୍ମୀରରେ ଶାନ୍ତି ବିପର୍ଯ୍ୟସ୍ତ କରିବାର ସମ୍ଭାବନା ରହିଛି । ଏହି ସର୍ଚ୍ଚ ଅପରେସନ୍ ଏତଲା ସଂଖ୍ୟା ୧୨/୨୦୨୨ ଅନୁଯାୟୀ ଚାଲିଥିବା ତଦନ୍ତର ଏକ ଅଂଶ । ଯାହାକି ବେଆଇନ ଗତିବିଧି କାର୍ଯ୍ୟକଳାପ (ନିବାରଣ) ଆଇନର ଧାରା ୧୮, ୩୮ ଏବଂ ୩୯ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦ ବି, ୧୨୧ ଏବଂ ୧୨୧ (ଏ) ଅନୁଯାୟୀ ପୋଲିସ ଷ୍ଟେସନ ସିଆଇ-ଏସଆଇଏ କାଶ୍ମୀରରେ ଦାୟର୍ ହୋଇଛି । ସର୍ଚ୍ଚ ଅପରେସନ୍ ର ଲକ୍ଷ୍ୟ ଥିଲା ସେହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଯେଉଁମାନେକି ଯୁବପିଢ଼ିଙ୍କୁ ଭାରତ ବିରୁଦ୍ଧରେ ଉସୁକାଉଛନ୍ତି, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ