ଇମ୍ଫାଲ, ଜୁଲାଇ ୧୧ (ହି.ସ.)-ମଣିପୁରରେ ସୁରକ୍ଷା ବାହିନୀ ଅନେକ ସଫଳ ଅପରେସନ୍
ଚଳାଇଛି, ଯେଉଁଥିରେ ନିଷିଦ୍ଧ
ଉଗ୍ରବାଦୀ ସଂଗଠନ ସହିତ ଜଡିତ ତିନି ଜଣ କ୍ୟାଡରଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ
ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ମୋବାଇଲ୍ ଫୋନ୍ ଏବଂ
ପରିଚୟ ପତ୍ର ମଧ୍ୟ ଜବତ କରାଯାଇଛି।ପୋଲିସ ମୁଖ୍ୟାଳୟ ଦ୍ୱାରା ଆଜି ଦିଆଯାଇଥିବା ସୂଚନା ଅନୁଯାୟୀ୧୦ ଜୁଲାଇରେ ବିଷ୍ଣୁପୁର ଜିଲ୍ଲାର ପୌଗକଚାଓ-ଇଖାଇ ଅୱାଙ୍ଗ ଲେକେରେ
ଏକ ମିଳିତ ଅପରେସନ୍ ସମୟରେ ପିଆରଇପିଏକେ(ପିଆରଓ)ନାମକ ନିଷିଦ୍ଧ
ସଂଗଠନର ସକ୍ରିୟ ସଦସ୍ୟ ସାରଙ୍ଗଥେମ୍ ଗୋବିନ ମୈତେଇ ଓରଫ ମାରୁ (୩୬)କୁ ଗିରଫ କରାଯାଇଥିଲା। ସେ
ସେହି ଅଞ୍ଚଳର ବାସିନ୍ଦା। ତାଙ୍କ ନିକଟରୁ ଏୟାରଟେଲ୍ ସିମ୍ ସହିତ ଏକ ମୋବାଇଲ୍ ଫୋନ୍ ଜବତ
କରାଯାଇଥିଲା।ସେହି ଦିନ କାକଚିଙ୍ଗ ଜିଲ୍ଲାର ଉମାଥାଲ ବଜାରରୁମଣିପୁର ପୋଲିସ କେୱାଇକେଏଲ (ସୋରପା) ସଂଗଠନ
ସହିତ ଜଡିତ ମୟଙ୍ଗଲମ୍ବମ୍ ରଞ୍ଜିତ ଓରଫ ପ୍ରେମଚାନ୍ଦ (୪୪)କୁ ଗିରଫ କରିଥିଲା। ଅଭିଯୁକ୍ତ
ଉମାଥାଲ ମଖା ଲେକେଇର ବାସିନ୍ଦା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା