କୱର୍ଦ୍ଦା, 11 ଜୁଲାଇ (ହି.ସ.)
-ଛତିଶଗଡ଼ର କବର୍ଧା
ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ବୋର ଗାଡ଼ି ଗଭୀର ଖାଇ ଭିତରକୁ ଖସି ପଡ଼ିଛି, ଯାହା ମଧ୍ୟପ୍ରଦେଶରୁ ଛତିଶଗଡ଼ ଦିଗକୁ ଆସୁଥିଲା। ଦୁର୍ଘଟଣା ପରେ ଚାରିଜଣ ମୃତଦେହ ଉଦ୍ଧାର
କରାଯାଇଛି।
ପୋଲିସ ସୂତ୍ର ଅନୁସାରେ, ଗାଡ଼ିଟି ମଧ୍ୟପ୍ରଦେଶରୁ ଛତିଶଗଡ଼ ଆସୁଥିବାବେଳେ କୁକଦୂର ଥାନା ଅଞ୍ଚଳର ଅଗରପାନି ଚାଟାରେ ମୋଡ଼
ନିକଟରେ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡିଛି। ସକାଳ ୫ଟା ପାଖାପାଖି ଗ୍ରାମବାସୀମାନେ
ଗାଡ଼ିଟିକୁ ଖାଇ ମଧ୍ୟରେ ପଡ଼ିଥିବା ଦେଖିଲେ। ସେମାନେ ନିଜ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ
କଲେ ଓ ପୋଲିସକୁ ସୂଚନା ଦେଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ଉପରେ ପୋଲିସ ଓ ଉଦ୍ଧାର ଦଳ
ଘଟଣାସ୍ଥଳକୁ ପହଞ୍ଚିଛି। ସେଠାରୁ ଚାରିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଡ଼ି ତଳେ ଆଉ କିଛି
ଲୋକ ଦବି ରହିଛନ୍ତି । ଗାଡ଼ିରେ ମୋଟ ୯ ଜଣ ଲୋକ ଥିଲେ। ମୃତକମାନଙ୍କ ପରିଚୟ ଚିହ୍ନଟ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା