ଭୁବନେଶ୍ୱର, 11 ଜୁଲାଇ (ହି.ସ.)
- ଭଦୋଦରାରେ ସଫଳ
ଉଦ୍ୟୋଗୀ ପ୍ରଦୀପ ପଟେଲଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଗୁଜୁରାଟର
ଭଦୋଦରାରେ ସଫଳ ଉଦ୍ୟୋଗୀ ପ୍ରଦୀପ ପଟେଲଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ କରିବା ସହ ପରିବାରର
ସଦସ୍ୟମାନଙ୍କୁ ଭେଟି ବହୁତ ଆନନ୍ଦିତ । ପ୍ରଦୀପ ପଟେଲ୍ ସମ୍ବଲପୁରର ମୂଳ ନିବାସୀ ହୋଇଥିବା ଜାଣି
ବହୁତ ଖୁସି ଲାଗିଲା ।
ଧର୍ମେନ୍ଦ୍ର ପ୍ରଧାନ
କହିଛନ୍ତି ଯେ, ନିଜ ପରିଶ୍ରମ ଓ ଏକାଗ୍ରତା ବଳରେ ସଫଳତା ହାସଲ କରିଥିବା ଶ୍ରୀ ପଟେଲଙ୍କ ଭଳି
ସଚ୍ଚୋଟ ଏବଂ ନିଷ୍ଠାବାନ ଲୋକମାନେ ହିଁ ଆମର ସମାଜକୁ ପ୍ରେରିତ କରନ୍ତି । ପରିବାରର ସ୍ନେହ,
ଶ୍ରଦ୍ଧା ଏବଂ ଆତିଥେୟତା ପାଇଁ ଧନ୍ୟବାଦ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା