ନୂଆଦିଲ୍ଲୀ, 11 ଜୁଲାଇ (ହି.ସ.)- କେନ୍ଦ୍ର
ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏକ ଆଂଚଳିକ
ବୈଠକ ଶନିବାର କେବଡ଼ିଆରେ ଅନୁଷ୍ଠିତ ହେବ। ଏହି ବୈଠକରେ ଗୁଜରାଟ,
ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ,
ଗୋଆ, ଦାଦରା ଏବଂ ନଗର ହାଭେଲୀ ଓ ଡାମନ ଏବଂ ଡିଉର
ବିଭାଗଗୁଡ଼ିକର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ
ଦେବେ।
ଏହି ଆଂଚଳିକ ବୈଠକର କେନ୍ଦ୍ର
ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ରଚନାତ୍ମକ ଆଲୋଚନା ଓ ସହଯୋଗ ପାଇଁ ଏକ ମଞ୍ଚ ଭାବେ କଳ୍ପନା
କରାଯାଇଛି, ଯେଉଁଠି
ମନ୍ତ୍ରଣାଳୟର ପ୍ରମୁଖ ଯୋଜନାଗୁଡ଼ିକୁ ଲାଗୁ କରିବାକୁ ସୁଦୃଢତା ପ୍ରଦାନ କରିବା ଉପରେ ଆଲୋଚନା
ହେବ।
ମହିଳା ଓ ଶିଶୁ ବିକାଶ
ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବୈଠକରେ ପୋଷଣ ଟ୍ରାକର ଭଳି ଡିଜିଟାଲ ଉପକରଣଗୁଡ଼ିକର ଏକୀକୃତକରଣ,
ଫେସ୍ ରେକଗ୍ନିସନ୍ ସିଷ୍ଟମ୍ଭଳି ଉଦୟମାନ ପ୍ରଯୁକ୍ତିର ବ୍ୟବହାର ଓ ଭୂମିସ୍ତରରେ
ପ୍ରଯୁକ୍ତି-ସମ୍ବଳିତ ଓ ଏକୀକୃତ ସେବା ପ୍ରଦାନ ବୃଦ୍ଧି ପାଇଁ ରଣନୀତି ବିଷୟରେ ଆଲୋଚନା ହେବ। କାର୍ଯ୍ୟକ୍ରମ
ଅନ୍ତର୍ଗତ ମନ୍ତ୍ରଣାଳୟ ଏକ ପେଡ଼ ମାଆ କେ ନାମ’ ପଦକ୍ଷେପ ଅନ୍ତର୍ଗତ ବୃକ୍ଷରୋପଣ ଅଭିଯାନ
ଚଳାଇବ । ପ୍ରତିନିଧିମାନେ ଶିଶୁ ପୋଷଣ ପାର୍କ, ଷ୍ଟାଚୁ ଅଫ୍ ୟୁନିଟିର ସ୍ଥଳ ପରିଦର୍ଶନ କରିବେ ଓ ନର୍ମଦା ଆରତି ଏବଂ ଆଲୋକ ଓ ଧ୍ୱନି ଶୋ’ରେ ଭାଗ ନେବେ,
ଯାହା ବିକାଶ ପ୍ରତି ଏକ ସାଂସ୍କୃତିକ ଭାବରେ ନିହିତ ଓ
ଏକୀକୃତ ଦୃଷ୍ଟିକୋଣ ପ୍ରତି ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦର୍ଶାଇଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା