ଟି ରାଜାଙ୍କ ଇସ୍ତଫା ମଂଜୁର କଲେ ବିଜେପି ଅଧ୍ୟକ୍ଷ
ନୂଆଦିଲ୍ଲୀ, 11 ଜୁଲାଇ (ହି.ସ.)-ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ତେଲେଙ୍ଗାନା ବିଧାନସଭାର ବିଧାୟକ ଟି ରାଜା ସିଂହଙ୍କ ଇସ୍ତଫାକୁ ମଞ୍ଜୁରି ଦେଇଛନ୍ତି। ଶୁକ୍ରବାର ବିଜେପିର ସାଧାରଣ ସମ୍ପାଦକ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଜାରି କରିଥିବା ଚିଠି ଅନୁସାରେ, ଟି ରାଜା
ଟି ରାଜାଙ୍କ ଇସ୍ତଫା ମଂଜୁର     କଲେ ବିଜେପି ଅଧ୍ୟକ୍ଷ


ନୂଆଦିଲ୍ଲୀ, 11 ଜୁଲାଇ (ହି.ସ.)-ବିଜେପି ଅଧ୍ୟକ୍ଷ

ଜେ.ପି. ନଡ୍ଡା ତେଲେଙ୍ଗାନା ବିଧାନସଭାର ବିଧାୟକ ଟି ରାଜା ସିଂହଙ୍କ ଇସ୍ତଫାକୁ ମଞ୍ଜୁରି

ଦେଇଛନ୍ତି। ଶୁକ୍ରବାର ବିଜେପିର ସାଧାରଣ ସମ୍ପାଦକ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଜାରି

କରିଥିବା ଚିଠି ଅନୁସାରେ, ଟି ରାଜା ସିଂହଙ୍କ

ସମସ୍ତ ବିଷୟବସ୍ତୁକୁ ଅପ୍ରାସଙ୍ଗିକ ବୋଲି କହି ଇସ୍ତଫାକୁ ତତ୍କାଳ ପ୍ରଭାବରେ ଗ୍ରହଣ କରାଯାଇଛି।

ଶୁକ୍ରବାର ଅରୁଣ କୁମାରଙ୍କ

ଦ୍ୱାରା ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, ଟି ରାଜା ସିଂହ ଲୋଧ ୩୦ ଜୁନରେ ତେଲେଙ୍ଗାନା ପ୍ରଦେଶ ଅଧ୍ୟକ୍ଷ ଜି

କିଶନ ରେଡ୍ଡିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ, ଯାହାକୁ ବିଜେପି ଅଧ୍ୟକ୍ଷଙ୍କ ଧ୍ୟାନକୁ ଆଣାଯାଇଥିଲା। ଜେ.ପି. ନଡ୍ଡା,

ଟି ରାଜା ଉଠାଇଥିବା ବିଷୟବସ୍ତୁକୁ ଅପ୍ରାସଙ୍ଗିକ ଓ ଦଳର କାର୍ଯ୍ୟପଦ୍ଧତି, ଚିନ୍ତାଧାରା ଓ

ସିଦ୍ଧାନ୍ତର ବିପରୀତ ବୋଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande