ଅଶ୍ୱିନୀ ବୈଷ୍ଣବଙ୍କ ପିତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଆରଏସଏସର ସରକାର୍ଯ୍ୟବାହ
ନୂଆଦିଲ୍ଲୀ, 11 ଜୁଲାଇ (ହି.ସ.)-କେନ୍ଦ୍ର ସରକାରରେ ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ୱୈଷ୍ଣବଙ୍କର ପିତା ଦାଉଲାଲ ଜୀ ବୈଷ୍ଣବଙ୍କ ପରଲୋକ ପରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍
ଅଶ୍ୱିନୀ ବୈଷ୍ଣବଙ୍କ     ପିତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଆରଏସଏସର ସରକାର୍ଯ୍ୟବାହ


ନୂଆଦିଲ୍ଲୀ, 11 ଜୁଲାଇ (ହି.ସ.)-କେନ୍ଦ୍ର ସରକାରରେ

ରେଳ, ସୂଚନା ଓ ପ୍ରସାରଣ,

ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର

ମନ୍ତ୍ରୀ ଅଶ୍ୱିନୀ ୱୈଷ୍ଣବଙ୍କର ପିତା ଦାଉଲାଲ ଜୀ ବୈଷ୍ଣବଙ୍କ ପରଲୋକ ପରେ,

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ

ଦତ୍ତାତ୍ରେୟ ହୋସବାଲେ, ସହ ସରକାର୍ଯ୍ୟବାହ

ଅରୁଣ କୁମାର, ଅଖିଲ ଭାରତୀୟ

ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଓ ଭାରତୀୟ ଜନତା ପାର୍ଟିର ନେତା,

କେନ୍ଦ୍ରୀୟ ମନ୍ତ୍ରୀ ,

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆଦି ଆଜି

ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଜଧାନୀ ଦିଲ୍ଲୀର ଲୋଧୀ

ରୋଡ଼ ସ୍ଥିତ ଚିନ୍ମୟ ମିଶନରେ ଆଜି ପୂର୍ବାହ୍ନରେ ଆୟୋଜିତ ପ୍ରାର୍ଥନା ସଭାରେ ସଂଘର

ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ, ସହ ସରକାର୍ଯ୍ୟବାହ ଅରୁଣ କୁମାର, ଅଖିଲ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଓ ଅଖିଲ ଭାରତୀୟ ସହ ପ୍ରଚାର ପ୍ରମୁଖ

ନରେନ୍ଦ୍ର ଠାକୁର ସ୍ୱର୍ଗତ ଦାଉଲାଲ ଜୀ ବୈଷ୍ଣବଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଏବଂ

ତାଙ୍କ ଆତ୍ମାର ଶାନ୍ତି ଓ ସଦଗତି ପାଇଁ ଓ ପରିବାର ସଦସ୍ୟଙ୍କୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି

ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ

ସିଂହ, ବିଜେପି ଉପାଧ୍ୟକ୍ଷ

ବସୁନ୍ଧରା ରାଜେ, ବିଜେପି ସାଧାରଣ

ସମ୍ପାଦକ ଅରୁଣ ସିଂହ ଓ ତରୁଣ ଚୁଘ, ବିଜେପିର ଜାତୀୟ ସହ ସଂଗଠନ ମହାମନ୍ତ୍ରୀ ଶିବପ୍ରକାଶ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୀୟୂଷ ଗୋୟେଲ, ଓଡ଼ିଶାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମଧ୍ୟପ୍ରଦେଶ ବିଧାନସଭା ଅଧ୍ୟକ୍ଷ ନରେନ୍ଦ୍ର ସିଂହ ତୋମାର,

ମଧ୍ୟପ୍ରଦେଶ ଭାଜପା ଅଧ୍ୟକ୍ଷ ହେମନ୍ତ ଖଣ୍ଡେଲୱାଲ,

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା,

ମନ୍ତ୍ରୀ ପ୍ରବେଶ ବର୍ମା,

ନୂଆ ଦିଲ୍ଲୀର ସାଂସଦ ବାଂସୁରୀ ସୁଵରାଜ,

ସାଂସଦ ମନୋଜ ତିୱାରୀ,

ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେୱା,

ରାଷ୍ଟ୍ରୱାଦୀ କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା

ସୁଲେ ଆଦି ଅନେକ ଗଣମାନ୍ୟ ବ୍ୟକ୍ତି ଏହି ସଭାରେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande