ଭୁବନେଶ୍ୱର, 14 ଜୁଲାଇ (ହି.ସ.) ଫକୀରମୋହନ ସଂୟଶାସିତମହାବିଦ୍ୟାଳୟ (ବାଲେଶ୍ୱର) ର ଇଂଟିଗ୍ରେଟେଡବିଏଡ୍ ଦ୍ୱିତୀୟବର୍ଷ ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀବିଶି ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତା ହୋଇମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ଥାନୀୟ ଥାନା ପ୍ରମୁଖଙ୍କ ପାଖରେ ନ୍ୟାୟଭିକ୍ଷାକରିବା ପରେ ନ୍ୟାୟ ନ ପାଇ ଶେଷରେ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ଘଟଣାର ଅନୁଧ୍ୟାନ ପାଇଁଓଡ଼ିଶା ପ୍ରଦେଶ କଂଗ୍ରେସକମିଟିସଭାପତିଶ୍ରୀଭକ୍ତ ଚରଣ ଦାସ ନିମ୍ନମତେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି।ତଥ୍ୟ ଅନୁଧ୍ୟାନ କମିଟିରେ ଓଡ଼ିଶା ପ୍ରଦେଶ ମହିଳାକଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷ ରହିଥିବାବେଳେ ନାରୀ ନ୍ୟାୟ ବାହିନୀର ଆବହକ ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ବିଧାୟକ ସୋଫିଆ ପିର୍ଦ୍ଦୋଶ, ପିସିସି ସାଧାରଣସମ୍ପାଦିକା ମଧୁସ୍ମିତାସେଠୀ, ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ପିସିସି ମୁଖପାତ୍ର, ଜୟଶ୍ରୀ ପାତ୍ର, ପିସିସି ସମ୍ପାଦିକା, ଡା. ଦେବସ୍ମିତାଶର୍ମା ଓ ମହିଳା କଂଗ୍ରେସ ନେତ୍ରୀ ସୁସ୍ମିତା ଘୋଷାଲ ପ୍ରମୁଖ ସଭ୍ୟ ଭାବରେରହିଛନ୍ତି।ଉକ୍ତ କମିଟି ଆଜି ବାଲେଶ୍ୱର ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିବାସହିତ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାକୁ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶକରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ