ଆଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଅଲଗା ହେବା ଶୁଭାଂଶୁ ଶୁକ୍ଲାଙ୍କ ଏକ୍ସ-4 କ୍ରୁ, କାଲି ପୃଥିବୀ ପ୍ରତ୍ୟାବର୍ତ୍ତନ
ହ୍ୟୁଷ୍ଟନ, 14 ଜୁଲାଇ (ହି.ସ.)- ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ସହଯାତ୍ରୀମାନେ ଅନ୍ତର୍ଜାତୀୟ ଅନ୍ତରିକ୍ଷ ଷ୍ଟେସନ (ଆଇଏସଏସ୍)ରେ ପ୍ରାୟ ୧୮ ଘଣ୍ଟା ବିତାଇବା ପରେ ପୃଥିବୀକୁ ଫେରିବା ପାଇଁ ପ୍ରସ୍ତୁତ । ଶୁଭାଂଶୁ ଆକ୍ସିଓମ୍-୪ ମିଶନ (ଏକ୍ସ-୪) କ୍ର
ଆଜି ଅନ୍ତର୍ଜାତୀୟ ମହାକାଶ     ଷ୍ଟେସନରୁ ଅଲଗା ହେବା ଶୁଭାଂଶୁ ଶୁକ୍ଲାଙ୍କ ଏକ୍ସ-4 କ୍ରୁ, କାଲି ପୃଥିବୀ ପ୍ରତ୍ୟାବର୍ତ୍ତନ


ହ୍ୟୁଷ୍ଟନ, 14 ଜୁଲାଇ (ହି.ସ.)- ଭାରତୀୟ ମହାକାଶ

ଯାତ୍ରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ସହଯାତ୍ରୀମାନେ ଅନ୍ତର୍ଜାତୀୟ ଅନ୍ତରିକ୍ଷ ଷ୍ଟେସନ

(ଆଇଏସଏସ୍)ରେ ପ୍ରାୟ ୧୮ ଘଣ୍ଟା ବିତାଇବା ପରେ ପୃଥିବୀକୁ ଫେରିବା ପାଇଁ ପ୍ରସ୍ତୁତ । ଶୁଭାଂଶୁ ଆକ୍ସିଓମ୍-୪

ମିଶନ (ଏକ୍ସ-୪) କ୍ରୁ ସହିତ ଆଇଏସଏସ୍ ଯାଇଥିବା ପ୍ରଥମ ଭାରତୀୟ ଅନ୍ତରିକ୍ଷ ଯାତ୍ରୀ । ସେ ଆଜି

ଅପରାହ୍ନରେ ଅନ୍ତର୍ଜାତୀୟ ଅନ୍ତରିକ୍ଷ ଷ୍ଟେସନରୁ ଅନଡକ୍ ହେବେ ।

ଯୁକ୍ତରାଷ୍ଟ୍ର ଆମେରିକାର

ଜାତୀୟ ବିମାନ ଓ ଅନ୍ତରିକ୍ଷ ପ୍ରଶାସନ (ନାସା) ଜଣାଇଛି ଯେ, ପ୍ରସ୍ଥାନ ପ୍ରକ୍ରିୟା ସୋମବାର ସକାଳ ୪:୩୦ (ଇଡିଟି),

ଅର୍ଥାତ୍ ଭାରତୀୟ ସମୟଅନୁଯାୟୀ ଦ୍ୱିପ୍ରହର ୨ଟାରେ ଆରମ୍ଭ ହେବ । କ୍ରୁ ପ୍ରାୟ ସକାଳ ୭:୦୫ ବେଳେ

ପୃଥିବୀ ପାଇଁ ଯାତ୍ରା କରିବେ ।

ନାସା କରିବ ଲାଇଭ୍

ପ୍ରସାରଣ

ନାସାର ବିଜ୍ଞପ୍ତି

ଅନୁଯାୟୀ,

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ପ୍ରସାରଣ ନାସା ତାର ନାସା ପ୍ଲସରେ

ଲାଇଭ୍ କରିବ । ଏହା ସହିତ ଆକ୍ସିଓମ୍ ସ୍ପେସଏବଂ ସ୍ପେସଏକ୍ସର ୱେବସାଇଟରେ ଡ୍ରାଗନ ଗ୍ରେସଅନ୍ତରିକ୍ଷ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ଏବଂ 15

ଜୁଲାଇ ଦିନ ଦ୍ୱିପ୍ରହର 3ଟା ସମୟରେ କାଲିଫର୍ନିଆ କୂଳରେ ପ୍ରଶାନ୍ତ ମହାସାଗର ଉପରେ ପାଣିରେ

ଅବତରଣ କରିବା ପର୍ଯ୍ୟନ୍ତ ଏହି ପ୍ରସାରଣ ଜାରି ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande