ଦୁର୍ଘଟଣାଗ୍ରସ୍ତ ବିମାନ ଏଆଇ-୧୭୧ ରେ କୌଣସି ଯାନ୍ତ୍ରିକ ସମସ୍ୟା ମିଳିଲା ନାହିଁ: ଏୟାର ଇଣ୍ଡିଆ ସିଇଓ
ନୂଆଦିଲ୍ଲୀ, ୧୪ ଜୁଲାଇ (ହି.ସ.)- ଅହମ୍ମଦାବାଦ ଦୁର୍ଘଟଣା ସମ୍ପର୍କରେ ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ରିପୋର୍ଟ ଉପରେ ସୋମବାର ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାମ୍ପବେଲ ୱିଲସନ୍ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଟାଟା ନେତୃତ୍ୱାଧୀନ ବିମାନ କମ୍ପାନ
ଦୁର୍ଘଟଣାଗ୍ରସ୍ତ ବିମାନ ଏଆଇ-୧୭୧ ରେ କୌଣସି ଯାନ୍ତ୍ରିକ ସମସ୍ୟା ମିଳିଲା ନାହିଁ: ଏୟାର ଇଣ୍ଡିଆ ସିଇଓ


ନୂଆଦିଲ୍ଲୀ, ୧୪ ଜୁଲାଇ (ହି.ସ.)- ଅହମ୍ମଦାବାଦ ଦୁର୍ଘଟଣା ସମ୍ପର୍କରେ ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ରିପୋର୍ଟ ଉପରେ ସୋମବାର ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାମ୍ପବେଲ ୱିଲସନ୍ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଟାଟା ନେତୃତ୍ୱାଧୀନ ବିମାନ କମ୍ପାନୀର ଏମଡି କହିଛନ୍ତି ଯେ, ଜୁନ୍ ୧୨ ତାରିଖରେ ଗୁଜରାଟରେ ଦୁର୍ଘଟଣାଗ୍ରସ୍ତ ବିମାନ କିମ୍ବା ଏହାର ଇଞ୍ଜିନରେ କୌଣସି ଯାନ୍ତ୍ରିକ କିମ୍ବା ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ସମସ୍ୟା ମିଳିନାହିଁ ।

କ୍ୟାମ୍ପବେଲ ୱିଲସନ୍ କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଆଭ୍ୟନ୍ତରୀଣ ଇ-ମେଲରେ କହିଛନ୍ତି ଯେ, ଗତ ମାସରେ ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ସମ୍ପର୍କରେ ଏଏଆଇବି ର ପ୍ରାଥମିକ ରିପୋର୍ଟରେ ଅନେକ କଥା ସ୍ପଷ୍ଟ ହୋଇଛି । ସେ କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟରେ କୌଣସି କାରଣ କିମ୍ବା କୌଣସି ପରାମର୍ଶ ଦିଆଯାଇ ନାହିଁ । ୱିଲସନ୍ ଆହୁରି କହିଛନ୍ତି ଯେ, ବିମାନର ଇନ୍ଧନର ଗୁଣବତାରେ କୌଣସି ସମସ୍ୟା ନାହିଁ ଏବଂ ଉଡ଼ାଣ ରୋଲରେ କୌଣସି ଅସ୍ୱାଭାବିକତା ନାହିଁ ।

ସେ ଏହି ବାର୍ତାରେ ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ କହିଛନ୍ତି ଯେ, ପାଇଲଟମାନେ ଉଡ଼ାଣ ପୂର୍ବରୁ ବ୍ରେଥଲାଇଜର ପରୀକ୍ଷାରେ ପାସ୍ କରିଛନ୍ତି । ସେମାନଙ୍କ ଡାକ୍ତରୀ ପରୀକ୍ଷା ସମୟରେ କୌଣସି ଚିନ୍ତାଜନକ କଥା ମିଳିନଥିଲା । ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ୱିଲସନ୍ କର୍ମଚାରୀମାନଙ୍କୁ କୌଣସି ତ୍ୱରିତ ନିଷ୍କର୍ଷ ନ ବାହାର କରିବାକୁ ଅନୁରୋଧ କରିଥିଲେ । ସେ କହିଛନ୍ତି ଯେ ଆମେ ତଦନ୍ତକାରୀଙ୍କ ସହିତ ସହଯୋଗ କରିବୁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande