ନୂଆଦିଲ୍ଲୀ, ୧୪ ଜୁଲାଇ(ହି.ସ.) – କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଂଳୟର ରାଜ୍ୟମନ୍ତ୍ରୀ(ସ୍ୱତନ୍ତ୍ର ପ୍ରଭାର) ପ୍ରତାପରାଓ ଗଣପତରାଓ ଜାଧବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁରୂପ ଆୟୁର୍ବେଦରେ ଅନୁସନ୍ଧାନକୁ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରାଯିବା ଦରକାର। ସେ କହିଛନ୍ତି ଯେ ଅନୁସନ୍ଧାନକୁ ବଢ଼ାଇବା ଆମର ସର୍ବୋଚ୍ଚ ପ୍ରାଥମିକତା ରହିବା ଦରକାର। ବୈଜ୍ଞାନିକ ଶୋଧ ମାଧ୍ୟମରେ ଆମ ପାରମ୍ପାରିକ ପ୍ରଣାଳୀର ପ୍ରଭାବକାରିତାକୁ ବିଶ୍ୱ ସ୍ତରରେ ସ୍ଥାପିତ କରାଯାଇପାରେ।
ଜାଧବ ସୋମବାର ଦିନ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ(ଏଆଇଆଇଏ) ଦ୍ୱାରା ସୁଶ୍ରୁତ ଜୟନ୍ତୀ ଅବସରରେ ୧୩ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ଶଲ୍ୟ ତନ୍ତ୍ରରେ ତୃତୀୟ ରାଷ୍ଟ୍ରୀୟ ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ। ଶଲ୍ୟ ଚିକିତ୍ସା ୨୦୨୫ର ଉଦ୍ଘାଟନ ସମାରୋହ ଅବସରରେ ରାଜ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରଥମେ ଆୟୁର୍ବେଦିକ ଚିକିତ୍ସିକକୁ ୩୯ ଶଲ୍ୟ ଚିକିତ୍ସା ପ୍ରକ୍ରିୟା ଏବଂ ୧୯ ଅତିରିକ୍ତ ଅପରେଶନ କରିବା ପାଇଁ ଅଧିକୃତ କରିଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପ୍ରତି ଏକୀକୃତ ଦୃଷ୍ଟିକୋଣକୁ ବଳ ମିଳିବା। ଏହାବ୍ୟତୀତ ଉପଚାରର ଗୁଣବତା ଏବଂ ସୁରକ୍ଷା ବନାଇ ରଖିବା ପାଇଁ ଶଲ୍ୟ ଚିକିତ୍ସା ପ୍ରୋଟୋକଲର ମାନକୀକରଣ ଆବଶ୍ୟକ ଅଟେ।
କାର୍ଯ୍ୟକ୍ରମରେ ଆୟୁଷ ମନ୍ତ୍ରାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା, ଉପ ମହାନିର୍ଦ୍ଦେଶକ ସତ୍ୟଜିତ ପାଲ୍, ରାଷ୍ଟ୍ରୀୟ ସୁଶ୍ରୁତ ଏସୋସିଏଶନର ଅଧ୍ୟକ୍ଷ ପ୍ର. ମନୋରଞ୍ଜନ ସାହୁ, ଏଆଇଆଇଏ ନିର୍ଦ୍ଦେଶକ ପ୍ର. ମଞ୍ଜୁଷା ରାଜଗୋପାଳ, ଡିନ ପ୍ର. ମହେଶ ବ୍ୟାସ, ପ୍ର. ଯୋଗେଶ ବଡ଼ୱେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ର. ମଞ୍ଜୁଷା ରାଜଗୋପାଳ କହିଥିଲେ ଯେ ଏହି ଆୟୋଜନ ଆୟୁର୍ବେଦିକ ଶଲ୍ୟ ଚିକିତ୍ସାର ଶାସ୍ତ୍ରୀୟ ସିଦ୍ଧାନ୍ତକୁ ଆଧୁନିକ ସ୍ୱାସ୍ଥ୍ୟ ସେବା ବିତରଣ ପ୍ରଣାଳୀ ସହିତ ଏକୀକୃତ କରିବାର ଏଆଇଆଇଏର ମିଶନକୁ ଦର୍ଶାଏ। ଶଲ୍ୟକନ୍ ୨୦୨୫ ଯୁବ ଆୟୁର୍ବେଦିକ ଶଲ୍ୟ ଚିକିତ୍ସକଙ୍କୁ ଶଲ୍ୟ ଚିକିତ୍ସା ପଦ୍ଧତିର ଅବଲୋକନ କରିବା ଏବଂ ତା’ ସହିତ ଯୋଡ଼ିବା ପାଇଁ ଏକ ମହତ୍ୱପୂର୍ଣ୍ଣ ମଂଚ ପ୍ରଦାନ କରେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି