ଶିମଲା, ୧୪ ଜୁଲାଇ(ହି.ସ.) – ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ସହିତ ଅନ୍ୟ ଅଧିକାଂଶ ଅଂଚଳରେ ସୋମବାର ଦିନ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ରାଜ୍ୟରେ ୨୦ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଚେତାବନୀ ଦେଇଛି। ଆସନ୍ତା କିଛି ଦିନ ପାଇଁ କେତେକ ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏହି ବର୍ଷା ଋତୁରେ ରାଜ୍ୟରେ ବର୍ଷା ଜନିତ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ ପାର ହୋଇଛି। ଏବେପର୍ଯ୍ୟନ୍ତ ୧୦୫ ଲୋକଙ୍କ ଜୀବନ ଯାଇଛି।
ପାଣିପାଗ ବିଜ୍ଞାନ କେନ୍ଦ୍ର ଶିମଲା ଆଗାମୀ ଦିନ ପ୍ରବଳ ବର୍ଷାର ଆଶଙ୍କା ପ୍ରକାଶ କରିଛି। ବିଭାଗ ଅନୁଯାୟୀ ୧୫ ଜୁଲାଇରେ ଶିମଲା, ସୋଲନ ଏବଂ ସିରମୌର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ଦେଖ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷରେ ବିଳାସପୁର, କାଂଗଡା, କୁଲ୍ଲୁ ଏବଂ ମଂଡି ଜିଲ୍ଲାରେ ପ୍ରବଳ ବର୍ଷାର ୟେଲୋ ଆଲର୍ଟ ରହିବ। ଏହାବ୍ୟତୀତ ୧୬ ଜୁଲାଇରେ ୁ ଉନ୍ନା, ଚମ୍ପା, କାଂଗଡ଼ା, ମଂଡି ଏବଂ ଶିମଲା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ୟେଲୋ ଆଲର୍ଟ ଜାରି କରାଯାଇଛି। ୧୭ ଜୁଲାଇରେ ଉନା, ଚମ୍ବା, କାଂଗଡ଼ା, କୁଲ୍ଲୁ, ମଂଡି ଏବଂ ସିରମୌର ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଥିବାବେଳେ ୧୮ ଜୁଲାଇରେ ଚମ୍ବା, କାଂଗଡ଼ା ଏବଂ କୁଲ୍ଲୁରେ ପ୍ରବଳ ବର୍ଷାର ୟେଲୋ ଆଲର୍ଟ ଜାରି ରହିବ। ବିଭାଗ ଅନୁଯାୟୀ ୨୦ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସ୍ଥିତି ରହିବ ଯେଉଁଥିରେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି