ରାଂଚି, ୧୪ ଜୁଲାଇ(ହି.ସ.) – ସିସିଏଲ୍ କର୍ମୀଙ୍କୁ ଏକକୋଟିର ଲେବି ମାଗିଥିବା ଭାକପା ମାଓବାଦୀର ସବ୍ଜୋନଲ୍ କମାଣ୍ଡର ସହିତ ଚାରି ନକ୍ସଲବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଅସ୍ତ୍ରଶସ୍ତ ଏବଂ ନକ୍ସଲି ସାମଗ୍ରୀ ମଧ୍ୟ ମିଳିଛି। ଡିଆଇଜି ସହ ଏସ୍ଏସ୍ପି ସ୍ପଷ୍ଟ କରିଛି।
ଗିରଫ ନକ୍ସଲବାଦୀଙ୍କ ମଧ୍ୟରେ ସବ୍ଜୋନାଲ କମାଣ୍ଡର ଯୋଗେନ୍ଦ୍ର ଗଂଝୁ, ମୁକେଶ ଗଂଝୁ, ମନୁ ଗଂଝୁ ଏବଂ ରାଜକୁମାର ନାହକ ସାମିଲ ଅଛନ୍ତି। ତାଙ୍କ ପାଖରୁ ଏକ ଲୋଡେଡ ଦେଶୀ ପିସ୍ତଲ, ତିନି ଗୁଳି, ଲେବି ମାଗିଥିବା ମୋବାଇଲ୍ ଫୋନ୍ ଏବଂ ସାତ ପିସ୍ ପ୍ରତିବନ୍ଧିତ ସଂଗଠନର ବିଜ୍ଞପ୍ତି ଜବତ କରାଯାଇଛି।
ଡିଆଇଜି ସହ ଏସ୍ଏସ୍ପି ଚନ୍ଦନ ସିହ୍ନା ସୋମବାର ଦିନ ପ୍ରେସ୍ କନ୍ଫ୍ରେନ୍ସରେ କହିଛନ୍ତି ଯେ ଭାକପା ମାଓବାଦୀର କୋୟଲ ଶଙ୍ଖ ଜୋନ୍ କ୍ଷେତ୍ରର ଚାରି ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି। ଏ ସମସ୍ତ ଲେବି ଆଦାୟ କରିବା ପାଇଁ ଏକାଠି ହୋଇଥିଲେ ଏବଂ ତାଙ୍କ ପାଖରୁ ଅସ୍ତ୍ରଶସ୍ତ ଏବଂ ନକ୍ସଲି ବିଜ୍ଞପ୍ତିପତ୍ର ମଧ୍ୟ ଜବତ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ ୨୫ ଜୁନ୍ରେ ସେଂଟ୍ରାଲ୍ କୋଲ ଫିଲ୍ଡ ଲିମିଟେଡ(ସିସିଏଲ୍)ର ଏକ କର୍ମଚାରୀ ଠାରୁ ଏକ କୋଟି ଟଙ୍କାର ଲେବି ମାଗିବା ଏବଂ ଜୀବନରୁ ମାରିଦେବାର ଧମକି ମାମଲାରେ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି